You are here
Home > ଏକ୍ସକ୍ଲୁସିଭ୍ > ବୈଜୟନ୍ତ ୪୨୦? ମାନ ମହତ ସବୁ ଯିବ !

ବୈଜୟନ୍ତ ୪୨୦? ମାନ ମହତ ସବୁ ଯିବ !

ଭୁବନେଶ୍ୱର : ଜାତୀୟ ସ୍ତରରେ ଜଣେ ଦକ୍ଷ ପଲିଟିସିଆନ ବୋଲି ନିଜକୁ ସବୁବେଳେ ଦାବି କରି ଆସୁଥିବା ବିଜେଡିର ନିଲମ୍ବିତ ସାଂସଦ ଜୟ ଓରଫ ବୈଜୟନ୍ତ ପଣ୍ଡାଙ୍କ ସବୁ ଦମ୍ଭ ଭାଙ୍ଗି ଯାଇଛି । କେବଳ ରାଜନୈତିକ ମହଳରେ ନୁହେଁ କର୍ପୋରେଟ ଜଗତରେ ବି ତାଙ୍କ ଇମେଜରେ ଦାଗ ଲାଗିଛି । କାହିଁକି ନା ଏତେ ବଡ ନେତା ଙ୍କ ନାଁରେ ଆସିଛି ୪୨୦ ଅଭିଯୋଗ । କେବଳ ଅଭିଯୋଗ ଆସିନି ଥାନାରେ ମାମଲା ବି ହୋଇ ସାରିଲାଣି । ନ୍ତ୍ରୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ରାପଡା ଠାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି । ୨୫ ତାରିଖ ଭିତରେ ତଦନ୍ତ ରିପୋର୍ଟ ଦାଖଲ ହେବାକୁ ଥିବାରୁ ପୋଲିସ ତଦନ୍ତ ଜୋର ଦାର ହେବ । ଆବଶ୍ୟକ ଅନୁଭବ କଲେ ଥାନା ବାବୁ କି ତଦନ୍ତ ନେଇଥିବା ଆଇଓ ତାଙ୍କୁ ପଚରା ଉଚରା ଲାଗି ଥାନାକୁ ଡାକି ପାରନ୍ତି । ଆଉ ଜୟ ଥରେ ତଳିଆ ପୋଲିସ ଜେରାର ସାମ୍ମନା କଲେ ତାଙ୍କର ସବୁ ମାନ ମହତ ଯିବ ବୋଲି ଏବେ ସବୁଠି ଚର୍ଚା ଯୋର ଧରିଛି ।
ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓରଫ ଜୟ ସତରେ କ’ଣ ୪୨୦? ସେ କ’ଣ ସତରେ ଜାଲିଆତି କରିଛନ୍ତି? ଗତ ନିର୍ବାଚନ ସମୟରେ ତଥ୍ୟ ଲୁଚାଇଛନ୍ତି, ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାଂସଦ ଜୟଙ୍କ ବିରୋଧରେ ତଥ୍ୟ ଲୁଚାଇଥିବା ନେଇ ଆସିଥିବା ଅଭିଯୋଗକୁ ଗ୍ରହଣ କରି କେନ୍ଦ୍ରାପଡା ଏସ୍ଡିଜେଏମ କୋର୍ଟ ମାମଲା ରୁଜୁ ସହ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବା ପରେ ଜୟଙ୍କ ପାଇଁ ଅଡୁଆ ବଢିଛି । ଏମିତିବି ବିଜେଡିରୁ ନିଲମ୍ବିତ ହେବା ପରେ ସାଂସଦ ଜୟଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ଆରୋପ ଆସିବାରେ ଲାଗିଛି । ଦଳରୁ ଏକପ୍ରକାର ସବୁ ରାସ୍ତା ତାଙ୍କ ଲାଗି ବନ୍ଦ ହୋଇଯାଇଛି । ବିଜେଡିର କୌଣସି ନେତା କି ବିଧାୟକ ତାଙ୍କ ଛାଇ ମାଡୁ ନାହାନ୍ତି । ସେ ଯୁଆଡେ ଯାଉଛନ୍ତି ନେତାଠୁ ସାଧାରଣ କର୍ମୀ ଯାଏ ସମସ୍ତେ ତାଙ୍କୁ ବିରୋଧ କରୁଛନ୍ତି । ଏମିତି ସମୟରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ଏସ୍ଡିଜେଏମ୍ଙ୍କ କୋର୍ଟରେ ପୂର୍ବରୁ ଏକ ମିଥ୍ୟା ସତ୍ୟପାଠ ମାମଲା ବିଚାରାଧୀନ ଥିବାବେଳେ ବୁଧବାର ଅନ୍ୟ ଏକ ମାମଲା ରୁଜୁ ହୋଇଛି । ସେହି ମାମଲାର ବିଚାର କରି କେନ୍ଦ୍ରାପଡ଼ା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସ୍ଡିଜେଏମ୍) ନିହାର ରଞ୍ଜନ ସାହୁ ଟାଉନ ଥାନା ପୋଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଘଟଣାର ତଦନ୍ତ କରି ୨୫ ତାରିଖ ଭିତରେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଅଛି । ଉଦୟନଗର ଗ୍ରାମର ଫକିର ମୋହନ ଦାସଙ୍କ ପୁଅ ଦିଲ୍ଲୀପ କୁମାର ଦାସ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ୨୦୧୪ ନିର୍ବାଚନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ୨୬୦/୨୦୧୮ରେ ଏକ ୧ସିସି (କମ୍ପେ୍ଲନ କେସ୍) ମାମଲା ଜନ ପ୍ରତିନିଧି ଆଇନ୍ର ୧୨୫(କ), ଆଇପିସିର ୪୧୫, ୪୧୬, ୪୧୭, ୪୧୮, ୪୧୯, ୪୨୦ ଧାରାରେ ମାମଲା ଦାୟର କରିଥିଲେ । ଶ୍ରୀ ପଣ୍ଡା ଇମ୍ଫା କମ୍ପାନୀର ଉପାଧ୍ୟକ୍ଷ ଥାଇ ଦରମା ଆକାରରେ କୋଟି କୋଟି ଟଙ୍କା ଗ୍ରହଣ କରିଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରି ନଥିଲେ । ଏହାଦ୍ୱାରା ଶ୍ରୀ ପଣ୍ଡା ଆଇନର ବିରୋଧାଚରଣ କରିବା ସହିତ ତଥ୍ୟ ଲୁଚାଇ କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ସହିତ ମଧ୍ୟ ବିଶ୍ୱାସଘାତକତା କରିଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ । ଗୁରୁବାର କେନ୍ଦ୍ରାପଡ଼ା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍(ଏସ୍ଡିଜେଏମ୍) ଏହାର ବିଚାର କରି ଟାଉନ ଥାନାରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି କୋର୍ଟଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଯଦି ସାଂସଦ ଜୟ ପଣ୍ଡାଙ୍କ ବିରୋଧରେ ଗଲା ତେବେ ତାଙ୍କ ପାଇଁ ଅଡୁଆ ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ, ସାଂସଦ ଜୟଙ୍କୁ ନେଇ ତାଙ୍କ ପାରିବାରିକ ବ୍ୟବସାୟ ଏବେ ଅଡୁଆରେ ପଡିଛି । ଏହାକୁ ନେଇ ବିବାଦ ବଢୁଥିବା ବେଳେ ସମାଧାନର ରାସ୍ତା ବାହାରି ପାରୁନି । ନିଜ ସୁରକ୍ଷା ଲାଗି ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କୁ ଆଗକୁ ଆଣି ନିଜେ ଅଧିକ ବିବାଦୀୟ ହୋଇପଡିଛନ୍ତି ଜୟ । ମେକ ଇନ ଓଡିଶା କନକ୍ଲେଭ ଆୟୋଜନରୁ ସିଆଇଆଇ ଓହରିଯିବା ପ୍ରସଙ୍ଗକୁ ନେଇ ପତ୍ନୀ ଜଗି ବିବାଦୀୟ ହୋଇପଡିଥିବାବେଳେ ତାଙ୍କୁ ରାଜ୍ୟରେ କାହିଁକି ସାରା ଦେଶରେ ନିନ୍ଦିତ ହେବାକୁ ପଡିଛି । ଏସବୁକୁ ଦେଖିଲେ ଲାଗୁଛି ଜୟ ବିଜେଡିକୁ ବଦନାମ କରିବାକୁ ଯେଉଁ ପଦକ୍ଷେପ ନେଇଥିଲେ ତାହା ତାଙ୍କ ପାଇଁ ମହଙ୍ଗା ପଡୁଛି । ଆଉ କିଛି ଦିନ ପରେ ଜୟଙ୍କୁ ବିଜେଡି ବହିଷ୍କୃତ କରାଯିବ ବୋଲି ଶୁଣାଯାଉଛି ।
ଜୟଙ୍କ ଲାଗି ଅଡୁଆ ଏତିକିରେ କମିନି ବିଜେପି ତାଙ୍କୁ କୋଳକୁ ନେବ ବୋଲି ସେ ଭାବିଥିଲେ । ହେଲେ ଦଳରେ ସେ ମିଶି ପାରି ନଥିବାରୁ ଦଳୀୟ ନେତା ବି ତାଙ୍କୁ ସୁରକ୍ଷା ଦେବାକୁ ଖୋଲା ଖୋଲି ବାହାରି ପାରୁ ନାହାନ୍ତି । ଏମିତିବି ଜୟଙ୍କ ନେଇ ରାଜ୍ୟରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି । ସେ ନିଜର ସ୍ୱାର୍ଥ ଲାଗି ଦଳ ଓ ରାଜ୍ୟ ସ୍ୱାର୍ଥକୁ ପଛରେ ପକାଇ ପାରନ୍ତି ବୋଲି ଲୋକଙ୍କ ମନରେ ଧାରଣ ହୋଇ ସାରିଛି । ତେଣୁ କୁଆଡେ ବିଜେପି ତାଙ୍କୁ କୋଳକୁ ନେବାକୁ ସେତେଟା ଆଗ୍ରହ ଦେଖାଉ ନାହିଁ । ତେଣୁ ଏସବୁ ଦେଖିଲେ ଲାଗୁଛି ନିଜ ଦଳ୍ର ନେତାଙ୍କୁ ଖାଲରେ ପକାଇବାକୁ ସାଂସଦ ବୈଜୟନ୍ତ ଯେଉଁ ଖାଲ ଖୋଳୁଥିଲେ ସେ ନିଜେ କାଳେ ଏବେ ସେଇ ଖାଲରେ ପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Loading...
ONA

Leave a Reply

Top