You are here
Home > କ୍ରାଇମ୍‍ > ଏନ୍‌କାଉଣ୍ଟରରେ ମଲା ଚଗଲା : କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍

ଏନ୍‌କାଉଣ୍ଟରରେ ମଲା ଚଗଲା : କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍

ଭୁୁବନେଶ୍ୱର : କ୍ରୁଖ୍ୟାତ ଡକାୟତ ତଥା ଗ୍ୟାଙ୍ଗଷ୍ଟାର ଟିଟୋ ଗ୍ୟାଙ୍କର ସଦସ୍ୟ ଚଗଲା ପୋଲିସ୍ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ଚଗଲା ଓରଫ ବଳରାମ ମଲ୍ଲିକର ମୃତ୍ୟୁ ଘଟିଛି ସେ ଟିଟୋ ଗ୍ୟାଙ୍ଗ୍ପାଇଁ କାମ କରୁଥିଲା  ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନବଘନପୁର ଗାଁ ପାହାଡ଼ ନିକଟରେ ଏହି ଏନ୍କାଉଣ୍ଟର ହୋଇଥିଲା

କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍ । ପୋଲିସ୍ ଗୁଳିରେ ପ୍ରାଣ ହରାଇଲା ଦୁର୍ଦ୍ଦାନ୍ତ ଅପରାଧି ଚଗଲା ମଲ୍ଲିକ୍ । ରଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ ଥିଲା ଚଗଲା । ଚଗଲାର ଗ୍ୟାଙ୍ଗଷ୍ଟାର ଟିଟୋ ସହ ସମ୍ପର୍କ ଥିବା ଜଣାପଡିଛି । ନିଆଳି ଥାନା ରାଣିଓଳା ଗାଁର ଚଗଲାକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି ନୟାଗଡ ଓ ରଣପୁର ପୋଲିସର ମିଳିତ ଟିମ । ତାର ଦୁଇ ଗୋଡରେ ଦୁଇଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମେଡିକାଲ ନେବା ବାଟରେ ତାର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଚଗଲା ତାର ଜଣେ ସହଯୋଗୀ ସହ ନୟାଗଡରେ ବୁଲୁଥିବା ନେଇ ରଣପୁର ପୋଲିସକୁ ସୂଚନା ମିଳିଥିଲା ।

ପରେ ନୟାଗଡ ଟାଉନ ପୋଲିସ ସହାୟତାରେ ଏକ ମିଳିତ ଟିମ ଚଗଲା ଚଳପ୍ରଚଳ କରୁଥିବା ନବଘନପୁର ଅଂଚଳରେ ଚଢାଉ କରିଥିଲା । ତେବେ ଚଢାଉବେଳେ ଚଗଲା ଅତର୍କୀତ ଭାବରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସର ପାଲଟା ଗୁଳି ଚଗଲାର ଦୁଇ ଗୋଡରେ ବାଜିଥିଲା । ଗୋଟିଏ ଗୁଳି ବାମ ଗୋଡରେ ବାଜି ବାହାରି ଯାଇଥିବା ବେଳେ ଅନ୍ୟ ଏକ ଗୁଳି ଡାହାଣ ଗୋଡରେ ବାଜିଛି ।

ଚଗଲାର ଘର କଟକ ଜିଲ୍ଲା ନିଆଳି ଥାନା ରାଣୀଓଳାରେ। ତାଠାରୁ ଗୋଟିଏ ଦେଶୀ ବନ୍ଧୁକ ଦୁଇଟି ଗୁଳି ଜବତ କରାଯାଇଛି। ତାନାଁରେ ୫୦ରୁ ଅଧିକ ମାମଲା ରହିଛି। ନୟାଗଡ଼ ଜିଲ୍ଲା ସାରଙ୍ଗଧରପୁର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଘଟଣାରେ ସେ ସଂପୃକ୍ତ ଥିଲା ବୋଲି ସଦର ଥାନା ଆଇଆଇସି ରଶ୍ମୀରଞ୍ଜନ ନାୟକ କହିଛନ୍ତି

ସୂଚନାଯୋଗ୍ୟ, ଗତ ଶନିବାର କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସର ଏନ୍କାଉଣ୍ଟରରେ କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍ମାନ ଅଲି ଆହତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ତାକୁ ଗିରଫ କରାଯାଇଛି

 

Loading...
ONA

Leave a Reply

Top