ଲାଞ୍ଚ ନେବା ମହଙ୍ଗା ପଡିଲା ଏଏସଆଇଙ୍କୁ, ଧରାପଡିଲେ ଭିଜିଲାନ୍ସ ହାତରେ…

ନୂଆପଡ଼ା: ପୁଲିସବାବୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡିଲା | ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସବାବୁ | ଏହି ପୁଲିସବାବୁ ଜଣଙ୍କ ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଏଏସ୍‌ଆଇ ବିଜେଶ୍ୱର ପଣ୍ଡା | ଚାରି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବାର ସୂଚନା ମିଳିଛି | ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ଆଜି ବିଜେଶ୍ୱରଙ୍କ ଘରେ ଚଢ଼ାଉ କରିଥିଲେ । ଏକ ମାରପିଟ୍‌ ମାମଲାର ରଫାଦଫା କରିବା ପାଇଁ ସେ ଖଡ଼ିଆଳ କୁଅଁରପଡ଼ାର ଭବାନୀ ଶଙ୍କର ଅଦାଙ୍କୁ ୫୦୦୦ ଟଙ୍କା ମାଗିଥିଲେ । ଟଙ୍କା ଦେବା ନେଇ ଭବାନୀ ରାଜି ହୋଇ ଯାଇଥିଲେ ଓ ଏନେଇ ଭିଜିଲାନ୍ସକୁ ଅବଗତ କରାଇଥିଲେ । ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ବିଜେଶ୍ୱରଙ୍କୁ ଲାଞ୍ଚ ନେବାବେଳେ ଗିରଫ କରାଯାଇଥିଲା । ଭବାନୀଙ୍କଠାରୁ ୪୦୦୦ ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ତେବେ ପୂର୍ବରୁ ସେ ଅନେକ ଜଣଙ୍କର ଠାରୁ ଲାଞ୍ଚ ନେଇଥିବାର ସୂଚନା ମିଳିଛି |

ଖଜୁରୀ ଗଛରୁ ପଡ଼ି ଛାତିରେ ପଶିଲା ଗଛ ଡାଳ