You are here
Home > Breaking News > ଚନ୍ଦ୍ରବାବୁଙ୍କୁ ଖୁସି କରିବା ପାଇଁ ପୋଲାଭରମ ପ୍ରତିଶ୍ରୁତି ଦେଲା କେନ୍ଦ୍ର, ଧର୍ମେନ୍ଦ୍ର କହିଲେ ଓଡ଼ିଶା ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଉଚିତ୍

ଚନ୍ଦ୍ରବାବୁଙ୍କୁ ଖୁସି କରିବା ପାଇଁ ପୋଲାଭରମ ପ୍ରତିଶ୍ରୁତି ଦେଲା କେନ୍ଦ୍ର, ଧର୍ମେନ୍ଦ୍ର କହିଲେ ଓଡ଼ିଶା ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଉଚିତ୍

ଭୁବନେଶ୍ୱର: ପୋଲାଭରମକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି । କୋର୍ଟରେ ଶୁଣାଣି ହେଲା ପରେ ଓଡ଼ିଶା ଭାଗ୍ୟ ନିର୍ଦ୍ଧାରଣ ହେବ । କିନ୍ତୁ ଏହି ପ୍ରକଳ୍ପର କାର୍ଯ୍ୟ ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଓଡ଼ିଶା ସରକାର ଯେତେ ଦାବି କଲେ ମଧ୍ୟ ତାହା ଏଯାଏଁ ହୋଇପାରିନାହିଁ । ଅନ୍ୟପଟରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଆନ୍ଧ୍ରକୁ ସବୁ ପ୍ରକାର ସହାୟତା ଦେଇ ଚାଲିଛନ୍ତି । ଏବେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତନ ଗଡ

କରୀ ପ୍ରକଳ୍ପ ପାଖରେ ପହଞ୍ଚି କାର୍ଯ୍ୟ ଶେଷ ଲାଗି ସବୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଏ

ବେ ଏହାକୁ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ବିଜେପି ପାଇଁ ଅଡୁଆ ପରିସ୍ଥିିତି ସୃଷ୍ଟି ହୋଇଛି । ଓଡ଼ିଶାଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପ୍ରସ

ଙ୍ଗରେ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରରେ ଉପା ସରକାର ଥିବା ସମୟରେ ଆନ୍ଧ୍ର ବିଭାଜନ ବେଳେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା । ଏଣୁ ବର୍ତ୍ତମାନ ଭାରତ ସରକାରଙ୍କୁ ଏହି ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ । କିନ୍ତୁ ଓଡ଼ିଶାର ସ୍ୱାର୍ଥକୁ ନେଇ ଯେଉଁ ସମସ୍ୟା ଦେଖାଯାଉଛି ତାକୁ ମଧ୍ୟ ଠିକ୍ ଭାବରେ ଦୃଷ୍ଟି ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ବୋଲି ଧର୍ମେନ୍ଦ୍ର ଦର୍ଶାଇବାକୁ ଚାହିଁଛନ୍ତି । 

ଏହି ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଅଞ୍ଚଳ ବୁଡି ଯିବ । ବହୁ ଗରିବ ଆଦିବାସୀ ବାସହରା ହେବେ । ଏଣୁ ଓଡ଼ିଶା ସରକାର ଏଥିରେ କେନ୍ଦ୍ରର ହସ୍ତକ୍ଷେପ ବାରମ୍ବାର ଲୋଡିଛନ୍ତି । କାମ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସ୍ୱାର୍ଥ ବିରୋଧୀ ଏହି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ପ୍ରଥମେ ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଖର୍ଚ୍ଚର ୯୦

 ଭାଗ ବହନ କରିଛନ୍ତି । ଏବେ ସବୁ ପ୍ରକାର ସହାୟତା ଦେଇ ପ୍ରକଳ୍ପ କାର୍ଯ୍ୟ କିପରି ଶେଷ ହେବ ସେଥିପାଇଁ ଲାଗିଛନ୍ତି । 

ଏବେ ହଠାତ୍ କେନ୍ଦ୍ର ଜଳ ସଂପତ୍ତି ମନ୍ତ୍ରୀ ନୀତିନ ଗଡକରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଭାନୁ ନାଇଡୁଙ୍କୁ ଧରି ପ୍ରକଳ୍ପ ସ୍ଥଳରେ ପହଞ୍ଚିବା ରାଜନୈତିକ ଉଦ୍ଦେଶ୍ୟ ଥିବା କଥା ଆଲୋଚନା ହେଉଛି । କୁହାଯାଉଛି ପୁଲାଭରମ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସବୁ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେବା ପଛରେ କାରଣ ରହିଛି । ୨୦୧୪ ନିର୍ବାଚନରେ ଚନ୍ଦ୍ରଭାନୁ ନାଇଡୁଙ୍କ ତେଲୁଗ ଦେଶମ ପାର୍ଟି ସହ ବିଜେପି ମେଣ୍ଟ କରିଥିଲା । ଆନ୍ଧ୍ରରେ ବିଜେପି ଓ ଚନ୍ଦ୍ରବାବୁଙ୍କ ମେଣ୍ଟ ସରକାର

କାର୍ଯ୍ୟ କରୁଥିଲା । କିନ୍ତୁ ଏବେ ଚନ୍ଦ୍ରବା

ବୁ ବିଜେପିଠୁ ଦୂରେଇ ଯାଇ ଏକାକୀ ସରକାର ଗଠନ କରିଛନ୍ତି । ବିଜେପି ବିରୋଧରେ ଏବେ ସେ ବାହାରିଛନ୍ତି । ବିଜେପି ବିରୋଧୀ ଯେଉଁ ମେଣ୍ଟ ଦେଶରେ ହେବାକୁ ଯାଉଛି ସେଥିରେ ଚନ୍ଦ୍ରବାବୁ ସାମିଲ ହୋଇଛନ୍ତି । ବିରୋଧୀମାନେ ଏକାଠି ହେଲେ ବିଜେପି ଅଡୁଆରେ ପଡ଼ିବ ଏହାର ପରୀକ୍ଷା ମଧ୍ୟ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଦେଖା ଯାଇ ସାରିଲାଣି । କୁହାଯାଉଛି ବିରୋଧୀମାନେ ଏକାଠି ହେଲେ ଓ ଆଞ୍ଚଳିକ ଦଳ ସେମାନଙ୍କ ସହ ମିଶିଲେ ୨୦୧୯ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ସମ୍ଭବ ହୋଇନପାରେ । ଏକଥାକୁ ଦୃଷ୍ଟିରେ ରଖି ସବୁ ଏନ୍ଡିଏ ସହଯୋଗୀଙ୍କୁ ଏକାଠି କରି ରଖିବା ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିହାର ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା କରି ମେଣ୍ଟକୁ ବଳବତ୍ତର ରଖିବା ପାଇଁ ଉଦ୍ୟମ କରିଛନ୍ତି । ସେହିପରି ଆନ୍ଧ୍ର ପାଇଁ ପୋଲାଭରମ ପ୍ରକଳ୍ପ ବଡ଼ ପ୍ରସଙ୍ଗ ଥିବାରୁ ଏବଂ ଏହା ଚନ୍ଦ୍ରବାବୁଙ୍କ ନିର୍ବାଚନ ପ୍ରତିଶ୍ରୁତି ଥିବାରୁ ଏହାକୁ ପୂରଣ କରି ତାଙ୍କ ସମ୍ମାନ ରଖିବା ପାଇଁ କେନ୍ଦ୍ର ଚାହୁଁଛି । ଏଥିଲାଗି ସିଧାସଳଖ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଶ୍ରୀ ଗଡକରୀ ପହଞ୍ଚି ସ୍ଥିତି ପରଖିଛନ୍ତି ଏବଂ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା କେବଳ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରି ରଖିବା ଏବଂ ତାଙ୍କୁ ପୁଣି ଏନ୍ଡିଏ ଭିତରକୁ ଫେରାଇ ଆଣିବା ପାଇଁ ଏହି ଚାଲ୍ ବିଜେପି କରିଛି ବୋଲି କୁହାଯାଉଛି । ବିରୋଧୀ ମେଣ୍ଟକୁ ଦୁର୍ବଳ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମଧ୍ୟ ଆଲୋଚନା ହେଉଛି ।

Loading...
ONA

Leave a Reply

Top