ତୈଳ ଦର ବୃଦ୍ଧି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

2

ଭୁବନେଶ୍ୱର : ତୈଳ ଦର ବୃଦ୍ଧି ଏକ ଚିନ୍ତା ଜନକ ବିଷୟ । କିନ୍ତୁ ଅନ୍ତରାଷ୍ଟ୍ରିୟ କେତେକ କାରଣ ରହିଛି ଯାହା ତୈଳ ଦର ବୃଦ୍ଧିର କାରଣ । ତୈଳ ଉତ୍ପାଦନ କମ୍ପାନୀ ଗୁଡିକର ଉତ୍ପାଦନ ହ୍ରାସ ପାଇବା ଏକ ଏହାର ଏକ ପ୍ରମ୍ମୁଖ କାରଣଲ । ଏହା ସହ ଆମେରିକାର ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କ ଉପରେ କଟକଣା ଲାଗୁ କରିବା ମଧ୍ୟ ଆଉ ଏକ କାରଣ ବୋଲି ତୈଳ ଦର ବୃଦ୍ଦି ନେଇ ପତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥାପି ତୈଳଦର ବୃଦ୍ଦିନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା କିପରି ସମାଧାନ ହୋଇପାରିବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ଟପିଛି। ନିୟମିତ ଦର ଯୋଗୁଁ ପେଟ୍ରୋଲ ଦର ଏଭଳି ସ୍ତରରେ ପହଞ୍ଚିଯାଇଛି। ଫଳରେ ଖାଉଟିଙ୍କ ମନରେ ଆସନ୍ତୋଷ ଜାତ ହୋଇଛି। ଚଳିତ ମାସ ୧୩ ତାରିଖରେ ପେଟ୍ରୋଲର ଲିଟର ପିଛା ୭୩ ଟଙ୍କା ୬୪ ପଇସା ଥିଲା। ଏବେ ତାହା ୭୫ ଟଙ୍କା ୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୭୨ ଟଙ୍କା ୪୩ ପଇସାରେ ପହଞ୍ଚିଛି।
ଆନ୍ତର୍ଜାତିକ ବଜାରରେ ଅଶୋଧୀତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାରରୁ ଅଧିକ ରହିଛି। ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୮ ଟଙ୍କା ପାଖାପାଖି ରହିଛି। ଏହି ଦୁଇ ପ୍ରମୁଖ କାରଣ ଯୋଗୁଁ ଅଶୋଧିତ ତେଲ ମହଙ୍ଗା ହୋଇଯାଇଛି। ଏହି ପ୍ରଭାବରେ ସ୍ଥାନୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟୁଛି।

LEAVE A REPLY

Please enter your comment!
Please enter your name here