ସରକାରଙ୍କ ବିରୋଧରେ ବିଜେପି ଆଣିବ ମହାଭିଯୋଗ , ୧୮ ବର୍ଷର ୩୬ ମହା ଦୁର୍ନୀତିର ଫର୍ଦ ନେଇ ଜନସଂପର୍କ  କରିବ ଦଳ- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ସରକାରଙ୍କ ୪ର୍ଥ ବର୍ଷ ପୂର୍ତି ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରୁ  ଦେଶବାସୀଙ୍କୁ ନିଜ ଉପଲବ୍ଦି କହିବା ଆରମ୍ଭ କରିବେ । ଆଉ ଏହାକୁ ଲୋକଙ୍କ ପାଖକୁ ପହଂଚାଇବାକୁ ୪୮ ମାସରେ ୪୮ଟି ଉପଲବ୍ଧି  ଲୋକଙ୍କ ପାଖରେ ରଖାଯିବ । କେବଳ ଏତିକି ନୁହେଁ  ରାଜ୍ୟ ସରକାରଙ୍କ ୧୮ ବର୍ଷରେ ବିପଳତା,ସ୍ଥାଣୁତା ଓ ଅପରାଗତା ସହ ଦୁର୍ନୀତିର କୁ ନେଇ ୩୬ଟି ମହାଦୁର୍ନୀତି ମହା ଅଭିଯୋଗ ଫର୍ଦ୍ଦକୁ ନେଇ ଲୋକଙ୍କ ପାଖକୁ ଯିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣିରେ ସ୍ଥିର କରିଛି ।

ଦୁଇ ଦିନ ଭିତରେ ମହା୍ଭିଯୋଗ ଫଦ୍ଧ ଜାରି କରିବ ଦଳ । ରାଜ୍ୟ ସରକାରଙ୍କ ୧୮ ବର୍ଷରେ ୩୬ଟି ମହାଦୁର୍ନୀତି ଅଭିଯୋଗ ଫର୍ଦ୍ଦକୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ବିଜେପି ଜନ ସଂପର୍କ ଅଭିଯାନ ଆରମ୍ଭ କରିବ । ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ବିଗଂଯାପନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ଓଡିଶାବାସୀଙ୍କୁ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି । ଆଜି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି କେନ୍ଦ୍ରର ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ରାଜ୍ୟର ଶିଶୁ ମୃତ୍ୟୁହାର ଅଧିକ ରହିଛି। କେନ୍ଦ୍ର ପରିସଂଖ୍ୟାନ ବିଭାଗ ତଥ୍ୟକୁ ଆଧାର କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଓଡିଶାରେ ଶିଶୁ ମୃତ୍ୟୁ ହାର ଏବେ ବି ଜାତୀୟ ହାରଠୁ ଅଧିକ ରହିଛି । ସରକାର ୪୦ ପ୍ରତିଶତ କହୁଥିବାବେଲେ ଏହା ୪୪ ପ୍ରତିଶତ ବୋଲି ତଥ୍ୟ କହୁଛି ।ତେଣୁ ସରକାର ତାଙ୍କୁ ଯଦି ଭୁଲ ପ୍ରମାଣିତ କରିବେ ସେ କ୍ଷମା ମାଗିବେ ନଚେତ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଅର୍ଥରେ ଦେିଥିବା ଭୁଲ ବିଗଂ୍ୟାପନ ଲାଘି କ୍ଷମା ମାଗନ୍ତୁ ।

LEAVE A REPLY

Please enter your comment!
Please enter your name here