ଏମଏସଏମଇ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗର ହାତ ଦୀପାବଳୀ ଉପହାର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡିଶାର ରାଜସ୍ୱ ବୃଦ୍ଧି, ଅର୍ଥନୀତିକୁ ମଜବୁତ କରିବା ସହ ଯୁବ ପୀଢୀକୁ ରୋଜଗାର ସହିତ ଯୋଡିବାର ପ୍ରମୁଖ ଭୂମିକା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନେଇ ପାରିବ ବୋଲି ଏମଏସଏମଇ  ଓ ସମ୍ପର୍କ କାର୍ଯ୍ୟକ୍ରମ ଅବସରରେ କଟକ ଠାରେ ଏକ ସଭାରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସହଯୋଗକୁ ଦୀପାବଳୀର ଉପହାର ବୋଲି କହିବା ସହ ନୂତନ ପୀଢି ଟେକ୍ନୋଲଜୀକୁ ଆଧାର କରି ଏମଏସଏମଇକୁ ଦେଶର ବିକାଶରେ ପ୍ରମୁଖ ଆୟୁଧ କରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ନୂଆ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶହେଟି ସ୍ଥାନରେ ଏମଏସଏମଇ କ୍ଷେତ୍ରର ବିଭିନ୍ନ କ୍ଷେତ୍ରକୁ ନେଇ ଆୟୋଜିତ ସମାବେଶ ଗୁଡିକୁ ଅନଲାଇନରେ ଉଦବୋଧିତ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦ୍ର ସିଂହ ପୁରୀ ଠାରେ ତଥା କେନ୍ଦ୍ର ସଡକ ପରିବହନ ରାଷ୍ଟ୍ର ମନ୍ତ୍ରୀ
ମନସୁଖଭାଇ ମଣ୍ଡାଭିଆ ପାରାଦୀପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଦେଶର ଏମଏସଏମଇ ଶିଳ୍ପ କ୍ଷେତ୍ରରେ କଟକର ସ୍ଥାନ ସ୍ୱତନ୍ତ୍ର । ତାରକସୀ କାମ ହେଉ ଅଥବା ଆଧୁନିକ ସମୟରେ କଟକ, ଜଗତପୁର ଓ ଚୌଦ୍ୱାର ଶିଳ୍ପାଂଚଳ ଆଧୁନିକ ଆବଶ୍ୟକତାକୁ ପୂରଣ କରିଛି । ମଧୁବାବୁ ନୂଆ ଓଡିଶା କଥା ଚିନ୍ତା କରିବା ବେଳେ କଟକରେ ଉକ୍ରଳ ଟ୍ୟାନେରୀ ନାମରେ ଚମଡା ଶିଳ୍ପ ଆରମ୍ଭ କରିଥିଲୋ ସିଙ୍ଗ କାମ ମଧ୍ୟ କଟକର ନିଜସ୍ୱ ପରିଚୟ । ଓଡିଶାକୁ ବିକାଶର ରାସ୍ତାକୁ ନେବାକୁ ହେଲେ ସବୁ ଜିଲ୍ଲାରେ ଥିବା ନିଜର ବିଶେଷତ୍ୱକୁ ଆଧାର କରି ନୂଆ ଅଣୁ. କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପରିକଳ୍ପନା ଜରୁରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ କଟକ ଠାରେ ତାରକସୀକୁ ବିଶେଷ
ଉପାଦାନ ଭାବରେ ନେଇ ଏହି ସଭା ଚାଲିଥିବା ବେଳେ ପାରାଦୀପ ଠାରେ ସାମୁଦ୍ରିକ ଉତ୍ପାଦ, ପୁରୀ ଠାରେ ହ୍ୟାଣ୍ଡଲୁମ ଓ ହ୍ୟାଣ୍ଡିକ୍ରାଫ୍ଟ ଓ ବରଗଡ ଠାରେ ହ୍ୟାଣ୍ଡଲୁମକୁ ନେଇ ସଭା ମାନ ଆୟୋଜିତ ହେଉଛି ।  ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ଚାରୋଟି ଜିଲ୍ଲା ନୁହେଁ ରାଜ୍ୟର ୩୦ଟି ଜିଲ୍ଲାରେ କ୍ଲଷ୍ଟର ଆଧାରିତ ନୂଆ ଏମଏସଏମଇ ଶିଳ୍ପର ପରିକଳ୍ପନା ଓ ପରିଚାଳନା କରା ଯିବାର ଆବଶ୍ୟକତା ରହିଛି । ମୟୁରଭଂଜରେ ଜଙ୍ଗଲଜାତ ଦ୍ରବ୍ୟର କଥା ହେଉ, ବୌଦ ଓ ଫୁଲବାଣୀରେ ଜୈବିକ କୃଷି ଉତ୍ପାଦ, ଏହାର ଶିଳ୍ପ, ଯାଜପୁର ଜିଲ୍ଲାରେ ଲୌହ, ଝାରସୁଗୁଡା, ଅନୁଗୁଳ ପରି ଜିଲ୍ଲାରେ ଶିଳ୍ପପୁଂଜ ଏହି ପରି ସବୁ ୩୦ଟି ଜିଲ୍ଲାରେ ନୂଆ ଉତ୍ପାଦ ବିଷୟ ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ପୂର୍ବରୁ ବ୍ୟାଙ୍କରୁ ଋଣ ମିଳିବା କଠିନ ବ୍ୟାପାର ହୋଇଥିଲା ବେଳେ ଏବେ ଯଦି ଇନକମ ଟ୍ୟାକ୍ସ, ଜିଏସଟି ଓ ଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଠିକ ଅଛି ଏକ ଘଂଟାରୁ କମ ସମୟରେ ଏକ କୋଟି ପର୍ଯ୍ୟନ୍ତ ଋଣ ସମ୍ଭବ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଳ୍ପ କିଛି ତଳେ ମହାନଦୀ କୂଳରେ କଟକ ଠାରେ ବାଲି ଯାତ୍ରା ହେବ । ଶହ ଶହ ବର୍ଷ ପୂର୍ବରୁ ଓଡିଆ ସାଧବ ମାନେ କାର୍ତିକ ପୂର୍ଣିମା ପରେ ଓଡିଶାରେ ଉତ୍ପାଦିତ ବସ୍ତୁ ବିଶ୍ୱ ବଜାରରେ ବିକ୍ରୀ କରିବା ପାଇଁ ଯାତ୍ରା ଆରମ୍ଭ କରୁଥିଲେ । ବାଲି ଯାତ୍ରାକୁ ସାଙ୍କେତିକ ଉତ୍ସବ କରିବା ବଦଳରେ ପୁଣି ତାରକସୀ ହେଉ ଅଥବା ଦହି ବରା ଏହାର ରି ବ୍ରାଣ୍ଡିଂ କରି ପୁଣି ବିଶ୍ୱ ଦରବାରରେ ପହଂଚାଇ ଓଡିଶାକୁ ପ୍ରଗତି ଆଣିବା ମାଧ୍ୟମରେ ନୂଆ ଓଡିଶା ଗଢିବା ପାଇଁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।