You are here
Home > ବଡ଼ଖବର > ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ, କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ, କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜଗଦଲପୁର : ଛତିଶଗଡ଼ର ବିଜାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ଵାକାଂକ୍ଷୀ ସ୍ଵାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହା ବ୍ୟତୀତ ମୋଦୀ ଛତିଶଗଡକୁ ଅନେକ ଉପହାର ମଧ୍ୟ ଦେଇଛନ୍ତି। ଆଜି ଆୟୋଜିତ ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଆଜି ବାବା ସାହେବ ଆମ୍ବେଦକରଙ୍କ କାରଣରୁ ମୁଁ ପ୍ରଧାନମନ୍ତ୍ରୀ ହୋଇ ପାରିଛି। ଆଜିର ଦିନ ଅର୍ଥାତ ଏପ୍ରିଲ ୧୪ ଦେଶର ଶହେ କୋଟି ଲୋକଙ୍କ ପାଇଁ ମହତ୍ଵପୂର୍ଣ୍ଣ ଦିନ ଅଟେ। ଆଜି ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ଆଜିର ଦିନରେ ଆପଣଙ୍କ ନିକଟକୁ ଆସି ଆର୍ଶୀବାଦ ନେବାର ଅବସର ମିଳିଛି, ଏହା ମୋ ପାଇଁ ସୌଭାଗ୍ୟର କଥା। ଆୟୁଷ୍ମାନ ଭାରତ ଯୋଜନା ଆଧାରରେ ସରକାରଙ୍କ ଉଦ୍ଦେଶ୍ୟ ୨୦୨୨ ପର୍ୟ୍ୟନ୍ତ ୧.୫ ଲକ୍ଷ ସ୍ଵାସ୍ଥ୍ୟ ଓ ଓ୍ଵେଲନେସ କେନ୍ଦ୍ର ଖୋଲିବା। ଏହି କେନ୍ଦ୍ରରେ ରକ୍ତ ଚାପ, ମଧୁମେହ, କ୍ୟାନ୍ସର ଓ ବୃଦ୍ଧାବସ୍ଥା ଜନିତ ରୋଗ ସମେତ ଅନେକ ରୋଗର ଚିକିତ୍ସା କରାଯିବ। ଏହି ଯୋଜନା ଆଧାରରେ ସରକାର ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନାର ବ୍ୟାପକ ରୂପ ରେଖା ପ୍ରସ୍ତୁତ କରିଛନ୍ତି ଏବଂ ଲାଭାର୍ଥୀଙ୍କୁ ଚିହ୍ନଟ କରିବାର ମାପଦଣ୍ଡ ସ୍ଥିର କରାଯିବାର କାମ କରାଯିବ।

Loading...
ONA

Leave a Reply

Top