ମହାଦେବଙ୍କ ଶରଣରେ ମୋଦୀ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୀପାବଳି ଅବସରରେ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଉତରାଖଣ୍ଡ ପହଁଚିଛନ୍ତି । ସେ କେଦାରପୁରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହ ମୋଦୀ ଭାରତ-ଚୀନ ସୀମାରେ ଥିବା ହର୍ଷିଲରେ ଆଇଟିବିପି ଡିଜିଙ୍କ ସହ ସାକ୍ଷାତ କରିବା ପରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀ ମୋଦୀ ଯବାନଙ୍କୁ ମିଠା ଖୁଆଇ ସେମାନଙ୍କ ବିରତ୍ୱ ପ୍ରକାଶ କରିଥିଲେ । ଏପରି କି ଯବାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଚୀନ ସୀମାରେ ଥିବା ଏହି ଅଂଚଳ ସମୁଦ୍ର ପତନଠାରୁ ୧୧ହଜାର ଫୁଟ ଉପରେ ଅବସ୍ଥିତ । ମୋଦୀ ହର୍ଷିଲରେ ପହଁଚିବା ପରେ ଯବାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଯବାନମାନେ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଯବାନମାନେ ମଧ୍ୟ ମୋଦୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ କେଦାରନାଥ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ଜଳାଭିଷେକ କରିବେ । ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କ ଏହା ହେଉଛି ୩ୟ କେଦାରନାଥ ଗସ୍ତ । ଦୀପାବଳି ଅବସରରେ ମୋଦୀ ନଭେମ୍ବର ୬ରେ କେଦାରନାଥ ଯାତ୍ରା କରିଥିଲେ । ଏହା ପୂର୍ବରୁ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିୟାଚେନରେ ଯବାନଙ୍କ ସହିତ ଦୀପାବଳି ପାଳନ କରିଥିଲେ । ୨୦୧୫ରେ ଦୀପାବଳି ଅବସରରେ ମୋଦୀ ପଞ୍ଜାବ ସୀମାକୁ ଯାଇଥିଲେ । ତାଙ୍କର ଏହି ଯାତ୍ରା ସଂଯୋଗବଶତଃ ୧୯୬୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ଥିଲା । ସେହିଭଳି ମୋଦୀ ଦୀପାବଳି ଅବସରରେ ହିମାଚଳ ପ୍ରଦେଶ ଯାଇଥିଲେ । ସେ ଏକ ସେନା ଶିବିରରେ ଭାରତୀୟ ତିବ୍ଦତ ସୀମା ପୋଲିସ କର୍ମଚାରୀଙ୍କ ସମୟ ଅତିବାହିତ କରିଥିଲେ । ମୋଦୀ ଗତ ବର୍ଷ ପ୍ରଧାନମନ୍ତ୍ରୀ ଭାବରେ ୪ର୍ଥ ଦୀପାବଳି ଜମ୍ମୁ-କଶ୍ମୀରର ଗୁରେଜ ସେନାଙ୍କ ସହିତ ପାଳନ କରିଥିଲେ ବୋଲି ସୂଚନା ମିଳୁଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here