ବମ୍ବେରେ ବିମାନ ଦୁର୍ଘଟଣାରେ ୫ ମୃତ

ଭୁବନେଶ୍ୱର: ବମ୍ବେରେ ଏକ ଚାଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ଏହି ବିମାନଟି ଉତ୍ତରପ୍ରଦେଶ ସରକାରଙ୍କର ବୋଲି କୁହାଯାଉଥିଲା ବେଳେ ଏହାକୁ ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଏହା ସରକାରଙ୍କର ନୁହେଁ ବୋଲି ଅସ୍ୱୀକାର କରିଛନ୍ତି । ଏଥିରେ ୫ଜଣ ମୃତ୍ୟୁ ବରଣ କରିଛନ୍ତି । ଏଥିରେ ୨ ଜଣ ପାଇଲଟ୍, ୨ ଜଣ ଇଞ୍ଜିନିୟର ଓ ଜଣେ ସାଧାରଣ ନାଗରିକ ଅଛି ବୋଲି ଜଣାପଡିଛି । ଏକ ନିର୍ମାଣାଧୀନ କୋଠା ଅଞ୍ଚଳରେ ବିମାନଟି ଖସିପଡିଛି । ଅଗ୍ନିଶବ ବିଭାଗ ପହଞ୍ôଚ ନିଆଁ ଲିଭା କାର୍ଯ୍ୟ ଚଳାଇଛି । ବିମାନଟି ଅବତରଣ ବେଳେ ଏହି ଦୁର୍ଘଟଣା ହୋଇଥିଲା । ବିମାନଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ବିମାନଟି ବମ୍ବେର ସର୍ବୋଦୟନଗର ଘଟକପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here