ଜେଲରେ କଏଦୀଙ୍କୁ ଗୁଳି କରି ହତ୍ୟା କଲା କଏଦୀ, ପଢନ୍ତୁ କଣ ଖବର…

ଫୁଲବାଣୀ: କଏଦୀଙ୍କ ଗିଳିରେ କଏଦୀଙ୍କ ମୃତ୍ୟୁ ହୋଇଥିବା ଖବର ପଦାକୁ ଆସିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି | ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲାରେ | କେବଳ ସେତିକି ନୁେହଁ, ବାଲେଶ୍ବର ଜିଲ୍ଲାରୁ ଜେଲ୍‌କୁ ନେଇ ମଧ୍ୟ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ନୀଳଗିରି ସବ୍‌ଜେଲ୍‌ରେ ପତ୍ନୀ ଜେଲ୍‌ର ଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କ ନିର୍ଦେଶରେ ଜେଲ୍ ପ୍ରଶାସନ ଚାଲିଛି । ତେବେ ଏହିପରି ଘଟଣା ସୂଚାଇ ଦେଉଛି, ଜେଲ୍‌ ବିଭାଗରେ ଶାସନ ବ୍ୟବସ୍ଥା କେତେ ସୁଦୃଢ ମାତ୍ରାରେ ଚାଲିଛି । ସୁଚନାରୁ ପ୍ରକାଶ, ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ କଏଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗତକାଲି ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ମୃତକ ଜଣକ ହେଲେ ତୁମୁଡ଼ିବନ୍ଧ ଥାନା ଖଣ୍ତିଆମୁଣ୍ତା ନୂଆସାହିର ୭୫ ବର୍ଷୀୟ ଲକ୍ଷ୍ମଣ ନାୟକ | ସେ ଏକ ଦୁଷ୍କର୍ମ ମାମଲାରେ ୮ ବର୍ଷ ସଜା ହୋଇଥିବା ବେଳେ ୨ ବର୍ଷ ହେଲା ସେ ଜେଲରେ ରହୁଥିଲେ । ତାଙ୍କୁ ଆକ୍ରମଣ କରିଥିବା କଏଦୀ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ଥାନା କରମା ଗାଁର ୪୫ ବର୍ଷୀୟ କାହ୍ନୁଚରଣ ପ୍ରଧାନ । ସେ ନିଜ ପୁଅକୁ ହତ୍ୟା କରି ୨୦୦୬ରୁ ଆଜୀବନ କାରାଦଣ୍ତ ଭୋଗୁଛନ୍ତି । ଗତକାଲି ଅପରାହ୍ନରେ ଦୁହେଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା | ଏଥିରେ ଉତକ୍ଷେପିତ ହୋଇ କାହ୍ନୁ ଲକ୍ଷ୍ମଣଙ୍କୁ ଗୁଳି ମାରିଥିଲେ | ଲକ୍ଷ୍ମଣଙ୍କୁ ସଙ୍ଗେସଙ୍ଗେ ମୋଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ରାତି ଅଧରେ ମୃତ୍ୟୁ ହୋଇଥିଲା | ତେବେ ଜେଲରେ ଏପରି ନିନ୍ଦନୀୟ କାଣ୍ଡ ଘଟି ପାରେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |