ପିକଅପ ଭ୍ୟାନ ଓଲଟି ୩ମୃତ

ମାଲକାନଗିରି: ଗୋବିନ୍ଦପାଲି ରାସ୍ତାରେ ପିକଅପ ଭ୍ୟାନ ଓଲଟି ୩ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୨ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେତେଜଣଙ୍କର ଅବସ୍ଥା ଅତି ଗୁରୁତର ରହିଛି । ଆହତମାନଙ୍କୁ ସ୍ଥାନିୟ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଏହି ଦୁର୍ଘଟଣା ମାଲକାନଗିରି-ଗୋବିନ୍ଦପାଲି ରାସ୍ତାର ପାଙ୍ଗାମ ନିକଟରେ ଘଟିଛି । ପୁଲି ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଚାଲିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଡାକ୍ତରୀ ଟିମ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଂଚିଛନ୍ତି ।

ଟ୍ରକକୁ ପିଟିଲା ସ୍କର୍ପିଓ, ଦୁଇ ମୃତ ଜଣେ ଗୁରୁତର