ଗ୍ରାହକଙ୍କ ଲାଗି ଖୁସି ଖବର, ଭୁବନେଶ୍ୱରରେ ପେଟ୍ରୋଲ ୭୦ ତଳକୁ ଖସିଲା

ଭୁବନେଶ୍ୱର : ଆଜି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୪୦ ପଇସା ଓ ଡିଜେଲ ୪୧ ପଇସା କମିଥିବାରୁ ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୯.୮୭କୁ ଖସିଛି ବୋଲି ସୂଚନା ମିଳୁଛି । କିନ୍ତୁ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଆଜିର ହ୍ରାସ ପରେ ଭୁବନେଶ୍ୱରରେ ଡିଜେଲ ଦର ଟ.୭୦.୨୩ କୁ ହ୍ରାସ ପାଇଛି । ଆସନ୍ତା କାଲି ଡିଜେଲ ବି ୭୦ ତଳକୁ ଖସିଯିବାର ସମ୍ଭାବନା ରହିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ୟପକ୍ଷରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୯୨ ଓ ଡିଜେଲ ଦର ଟ.୬୫.୫୫ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ ତେଲ କମ୍ପାନିମାନେ ସେହି ଅନୁପାତରେ ଦର କମାଉ ନାହାନ୍ତି ବୋଲି ସୂଚନା ମିଳୁଛି ।