You are here
Home > ପଲିଟିକ୍ସ > ତେଲ୍ ନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ କଂଗ୍ରେସର ବିରୋଧ

ତେଲ୍ ନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର : ମହାନଦୀ ଉପରେ ଦାଦାଗିରି ଦେଖାଇ ଛତିଶଗଡର ରମଣ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏକାଧିକ ବ୍ୟାରେଜ ନିର୍ମାଣ କରିବା ପରେ ଏବେ ମହାନଦୀର ଶାଖା ନଦୀ ତେଲ ନଦୀ ଉପରେ ବ୍ୟାରେଜ ନିର୍ମାଣ ଆର ମ୍ଭ କରିଛନ୍ତି । ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗ୍ରାମଠାରୁ ପ୍ରାୟ ୫୦୦ ମିଟର ଦୂରରେ ତେଲ ଓ ବରାହି ନଦୀର ସଙ୍ଗମ ସ୍ଥଳରେ ଏହି ବୃହତ ବ୍ୟାରେଜ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପରୁ ଛତିଶଗଡ ସରକାର ନିଜ ରାଜ୍ୟର ପ୍ରାୟ ୩ହଜାର ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୮ କୋଟି ଟଙ୍କା ମଂଜୁର କରାଯାଇଛି । ଛତିଶଗଡର ଏକ ଘରୋଇ କମ୍ପାନୀ ଅମିତ କନ୍ଷ୍ଟ୍ରକସନକୁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଇଛି । ଏହ÷ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲା ଗୁରୁତର ଭାବେ ପ୍ରଭାବିତ ହେବ । ଏବେ ଖରାଦିନେ ମହାନଦୀ ଶଯ୍ୟା ସଂପୂର୍ଣ୍ଣ ଶୁଖିଲା ପଡୁଥିବାବେଳେ ତେଲ ନଦୀରେ ମଧ୍ୟ ଟୋପାଏ ପାଣି ତଳକୁ ଆସିବ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି ଯେ ଏହି ବ୍ୟାରେଜ ପ୍ରସଙ୍ଗ ଜାଣିବା ପରେ ଓଡ଼ିଶା ସରକାର ନୀରବ ରହିଥିବାବେଳେ ରାଜ୍ୟର ବିଜେପି ନେତୃବୃନ୍ଦ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ଖୁସି ଅଛନ୍ତି ।
ମହାନଦୀ ଜଳ ବିବାଦ ପ୍ରସଙ୍ଗ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିବାବେଳେ ଏବେ ତେଲ ନଦୀ ପ୍ରସଙ୍ଗକୁ ସେଥିରେ ସାମିଲ କରିବାକୁ ଶ୍ରୀ ପଟ୍ଟନାୟକ ଦାବି ଉଠାଇଛନ୍ତି । ପିସିସି ସଭାପତି କହିଛନ୍ତି, ମହାନଦୀର ଶାଖା ତେଲ ନଦୀ ଓଡ଼ିଶାରେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ହେଉଛି । ଛତିଶଗଡ ସରକାର ତେଲ ଓ ବରାହି ନଦୀରେ ବନ୍ଧ ବାନ୍ଧିବା ଫଳରେ ତେଲ ନଦୀର ନିମ୍ନ ଶଯ୍ୟା ଗ୍ରୀଷ୍ମ ଋତୁରେ ଶୁଖିଲା ପଡିବ ଏବଂ ଏହି ଜିଲାଗୁଡିକର ଜନସାଧାରଣ ଗୁରୁତର ଭାବେ ପ୍ରଭାବିତ ହେବେ । ବିଶେଷକରି ନଦୀକୂଳ ଅଂଚଳରେ ବାସ କରୁଥିବା ମତ୍ସ୍ୟଜୀବୀ ଓ କୃଷକ ଜୀବନ ଜୀବିକା ହରାଇବେ । ତାହାସହିତ ପାନୀୟ ଜଳର ମଧ୍ୟ ଘୋର ଅଭାବ ଦେଖାଦେବ । ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକର ବହୁ ଗ୍ରାମ ଜଳପ୍ଳାବିତ ହୋଇଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ବନ୍ଧରୁ ଜଳ ନିଷ୍କାସନ ନିମନ୍ତେ କୋ÷ଣସି ବାଟ ରଖାଯାଇନାହିଁ । ସେଠାରୁ କୋ÷ଣସି କେନାଲ ବ୍ୟବସ୍ଥା କରାଯାଉନାହିଁ । ଭୂତଳ ପାଇପ ଦେଇ ଛତିଶଗଡର ଜମିକୁ ଜଳସେଚିତ କରାଯିବ । ଏହି ପ୍ରକଳ୍ପ ପାଇଁ ଦୀର୍ଘଦିନ ତଳୁ ଯୋଜନା ପ୍ରସ୍ତୁତି ସହିତ କାମ ଆର ମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ଏ ସମ୍ପର୍କରେ ଜାଣିନପାରିବା, ଜାଣିବା ପରେ ବିରୋଧ ନକରି ନୀରବ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୋର ଯିବାପରେ ନିଦ ଭାଙ୍ଗିବା ଭଳି ମହାନଦୀରେ ଛତିଶଗଡ ବୃହତ ବ୍ୟାରେଜ କରିସାରିବା ପରେ ଓଡ଼ିଶା ସରକାର ଏହାକୁ ନେଇ ହୋ ହଲ୍ଲା କରୁଛନ୍ତି । ଛତିଶଗଡର ଏଭଳି ଦାଦାଗିରିକୁ କଂଗ୍ରେସ ଦୃଢ ବିରୋଧ କରିବା ସହିତ ନଦୀଜଳ ଉପରେ ଏକଚାଟିଆ ନୀତି ବନ୍ଦ କରିବା ତଥା ଓଡ଼ିଶାର ମୁଖ୍ୟମବୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

Loading...
ONA

Leave a Reply

Top