“ବିଜୁ ଯୁବ ବାହିନୀ” ନିଯୁକ୍ତିରେ ଆଦିବାସୀ, ଦଳିତ, ପଛୁଆବର୍ଗ ଓ ଭିନ୍ନକ୍ଷମଙ୍କୁ ସଂରକ୍ଷଣରେ ଆଦୌ ସ୍ଥାନ ନମିଳିବା ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ତର‘ରୁ ବିଧାୟକ ତଥା ଆଦିବାସୀ କଂଗ୍ରେସ ଅ୍ମକ୍ଷ
ଶ୍ରୀ ଭୂଜବଳ ମାଝୀଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧି ମଣ୍ଡଳୀ “ବିଜୁ ଯୁବ ବାହିନୀ”ର ନାମ ପରିବର୍ତନ ଓ ଏହାର ସଂଯୋଜକ ନିଯୁକ୍ତିରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ଦିବ୍ୟାଙ୍ଗମାନଙ୍କୁ ସଂରକ୍ଷଣରେ ଆଦୌ ସ୍ଥାନ ନମିଳିବା ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ଅର୍ଥରେ ବିଜୁ ଜନତା ଦଳରେ ସକ୍ରିୟ ଥିବା କର୍ମକର୍ତାମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଉଥିବାରୁ ରାଜ୍ୟ କଂଗ୍ରେସ ଏହାର ଦୃଢ ବିରୋଧ କରିଛି । ବିଜୁ ଯୁବ ବାହିନୀ ନାମରେ ଏହି କାର୍ଯ୍ୟକ୍ରମକୁ ନାମିତ କରି ସରକାରୀ ଅର୍ଥ ଅପବ୍ୟୟ କରାଯାଉଛି । ସାଧାରଣ ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜୁ ଯୁବ ବାହିନୀର ସଂଯୋଜକମାନଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନ ମୁତାବକ ମାସିକ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସରକାରୀ ଦରମା ଦେଇ ଏବେଠାରୁ ନିୟୋଜିତ କରାଯାଉଛି ବୋଲି କଂଗ୍ରେସ ନେତୃବର୍ଗ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅବିଳମ୍ବେ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ବିଜୁ ଯୁବ ବାହିନୀର ନାମ ପରିବର୍ତନ ସହ ଓଡିଶା ସଂରକ୍ଷଣ ଆଇନ – ୧୯୭୫ ଆଧାରରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ଶାରିରୀକ ଅକ୍ଷମଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନକରାଯାଇ ଗଣମା୍ମମରେ ବିଜ୍ଞାପନ ନ ଦିଆଯାଇ ସଂଯୋଜକ ପଦବୀ ନିଯୁକ୍ତି କରିବା ଅସାମ୍ବିଧାନିକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କଂଗ୍ରେସ ଦାବି କରିଛି । ସଂରକ୍ଷଣ ଆଇନ୍କୁ ଉଲ୍ଲଘଂନ କରି ଆଜିଯାଏ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ସମସ୍ତ ସଂଯୋଜକମାନଙ୍କୁ ପରୋକ୍ଷରେ ଓ ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ପ୍ରତ୍ୟେକ୍ଷରେ ରାଜ୍ୟ ସରକାର ପ୍ରତାରିତ କରିଛନ୍ତି । ବିଜୁ ଜନତା ଦଳ ସରକାରର ଏପରି ଅସାମ୍ବିଧାନିକ ଯୋଜନାକୁ କଂଗ୍ରେସ ଦଳ କଦାପି ବରଦାସ୍ତ କରିବ ନାହିଁ । ଆଗାମୀ ଦିନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନରେ ପଲ୍ଲୀ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ ଓ ତୀବ୍ର କରାଯିବ ବୋଲି ଶ୍ରୀ ମାଝୀ ମତବ୍ୟକ୍ତ କରିଥିଲେ ।
ମାନନୀୟ ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ମଣ୍ଡଳୀର ସମସ୍ତ ଦାବିକୁ ଗମ୍ଭୀରତାର ସହ ଶୁଣିବା ପରେ ଖୁବ୍ଶୀଘ୍ର ତଦନ୍ତ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମ୍ମରେ ସର୍ବଶ୍ରୀ ଦେବୀ ପ୍ରସାଦ ପୃଷ୍ଟି, ପଦ୍ମାକର ଗୁରୁ, ବିଷ୍ଣୁଚରଣ ବାରିକ, ହଳଧର ସେଠୀ, ଅମୀୟ ପାଣ୍ଡବ, ସତ୍ୟବ୍ରତ ନାୟକ, ବିଦ୍ୟାଧର ଦେହୁରୀ, ସୁକୁମାର ଦେଓ, ସାଗର ରଂଜନ ପରିଡା ପ୍ରମୁଖ ରାଜଭବନରେ ଶ୍ରୀଯୁକ୍ତ ମାଝୀଙ୍କ ସହ ଯାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here