ପୌର ନିର୍ବାଚନ ନେଇ ଅନିଶ୍ଚିତତା, ସରକାର ଯିବେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୧୩.୬.୨୦୧୮: ରାଜ୍ୟରେ ଆସନ୍ତା ସେପ୍ଟେମ୍ବର ମାସରେ ହେଉଥିବା ପୌର ନିର୍ବାଚନରେ ଅନିଶ୍ଚିତତା ଦେଖାଦେଇଛି । ସଂରକ୍ଷଣ ପ୍ରଂସଗରେ ହାଇକୋର୍ଟ ରଖିଥିବା ରାୟକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମ୍କୋର୍ଟକୁ ଯିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆଉ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ହେବା ସମ୍ଭାବନା ଦେଖାଯାଉ ନାହିଁ । ହାଇକୋର୍ଟ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟକୁ ଦେଖିଲେ ସରକାର ଯେଉଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି ସେଥିରେ ୫୦ରୁ ୫୫ ପୌର ସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ରହିଛି । ଏଣୁ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ପୌର ନିର୍ଦ୍ଦେଶ ସଂଗ୍ରାମଜିତ୍ ନାୟକ ସୂଚନା ଦେଇଛନ୍ତି । ଏକଥା କୁହାଯାଉଛି ସେପଟେମ୍ବରରେ ପୌର ନିର୍ବାଚନ ଆରମ୍ଭ ହେଲେ ଏହା ଶେଷ ହେଲାବେଳକୁ ଅକ୍ଟୋବାର ଟପି ଯିବ । ସେତେବେଳେକୁ ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସିଥିବ । ପୌର ନିର୍ବାଚନରେ ଯଦି କିଛି ପଞ୍ଚାୟତ ନିର୍ବାଚନ ଭଳି ଫଳାଫଳ ହୁଏ ତେବେ ତାହାର ପ୍ରଭାବର ସାଧାରଣ ନିର୍ବାଚନ ଉପରେ ପଡ଼ିବାର ସମ୍ଭାବନା ରହିଛି । ଏକ୍ଷେତ୍ରରେ ସରକାର ନିର୍ବାଚନକୁ ଯିବା ପାଇଁ ଚାହୁଁନଥିବା କଥା ମଧ୍ୟ କୁହାଯାଉଛି । ସେଥିପାଇଁ ସୁପ୍ରିମକୋର୍ଟ ନ୍ୟାୟକ ପ୍ରକ୍ରିୟାରେ ନିର୍ବାଚନ ବ୍ୟବସ୍ଥାକୁ ଅଟକାଇବା ପାଇଁ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here