ଡାକ୍ତରଖାନାରେ ରୋଗୀଙ୍କ ଆତ୍ମହତ୍ୟା

https://www.facebook.com/nnsodia/videos/267154983995629/?t=5

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ ଚତୁର୍ଥ ମହଲାରୁ ପଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ରୋଗୀ ଜଣଙ୍କ ହେଉଛିନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ହରିଡ଼ାପଶିରେ ସଞ୍ଜୟ ଭୋଳ । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ସେ ଗ୍ୟାଷ୍ଟ୍ରିକ୍‌ ଜନିତ ରୋଗ ପାଇଁ ଡାକ୍ତରଖାନାର ପୁରୁଷ ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ । ରାତି ପ୍ରାୟ ସାଢ଼େ ୩ଟା ବେଳେ ସେ ଚତୁର୍ଥ ମହଲାର ବରଣ୍ଡାର ଝରକାରୁ ତଳକୁ ଡେଇଁ ପଡ଼ିଥିଲେ ବୋଲି କୁହାଯାଉଛି । ଡାକ୍ତର ପ୍ରଦ୍ୟୁତ ବେହେରା କହିଛନ୍ତି, ରୋଗୀର ଅବସ୍ଥା ଭଲ ଥିଲା । ତାଙ୍କର ସଂପର୍କୀୟମାନେ ବି କହିଥିଲେ ଯେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା । କିନ୍ତୁ ରାତି ପ୍ରାୟ ୩ଟା ବେଳେ ସେ ଝରକା ଦେଇ ଡେଇଁ ପଡ଼ିଥିଲେ । ସଂପର୍କୀୟମାନେ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ସେମାନେ ବିଫଳ ହୋଇଥିଲେ ।  ରୋଗୀ ଏତେ ଜୋରରେ ତଳକୁ ପଡ଼ିଥିଲେ ଯେ ସଂପର୍କୀୟମାନେ ତାଙ୍କୁ ଧରିବାକୁ ଭୟ କରିଥିଲେ । ସେମାନେ ବି ତା ସହିତ ତଳେ ପଡ଼ିଯିବାର ଆଶଙ୍କା ଥିଲା । ତେବେ କଣ ପାଇଁ ସେ ଏପରି କାଣ୍ଡ କଲେ ତାହା ବର୍ତ୍ତମାନ ଜଣାପଡ଼ିନାହିଁ । ଢେଙ୍କାନାଳ ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି ବୋଲି ସୂଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here