ଦୁଇ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ : ପାଦ୍ରିକୁ ୩୦ ବର୍ଷ ଜେଲ ଦଣ୍ଡାଦେଶ

https://www.facebook.com/nnsodia/videos/267154983995629/?t=5

କୁଡ୍ଡାଲୋର: ତାମିଲନାଡୁର କୁଡ୍ଡାଲୋରରେ ଏକ ମହିଳା ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ୍ ପାଦ୍ରିକୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିରେ ଆଠ ଜଣ ମହିଳାଙ୍କ ସମେତ ଅନ୍ୟ ୧୫ ଜଣପୁରୁଷଙ୍କୁ ୨୦୧୪ରେ ଦେହବେବସାୟ ପାଇଁ ଦୁଇଜଣ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ ହୋଇଥିବାର ଏହି ଦଣ୍ଡା ଦେଶ ଶୁଣାଯାଇଛି । ଗୀର୍ଜାରେ ଥିବା ଜଣେ ୬୦ ବର୍ଷିୟ ପାଦ୍ରି ଅରୁଲଦୋସଙ୍କୁୁ ୫ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ହାଇସ୍କୁଲରେ ପଢୁଥିବା ଜଣେ ୧୩ ବର୍ଷର ନାବାଳିକାକୁ ଏକ ଜଳଖିଆ ଦୋକାନୀ ନିଜର ସ୍ୱାମୀ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ତା’ପରେ ସେ ନିୟମିତ ଭାବରେ ଏହି କାମରେ ତାଙ୍କୁ ଲିପ୍ତ ରଖିଥିଲେ ତା ପରେ ଉକ୍ତ ନାବାଳିକାକୁ ଚାପ ପକାଇବା ସହ ତାର ଜଣେ ୧୪ ବର୍ଷିୟ ନାବାଳିକା ସାଙ୍ଗକୁ ଡାକି ଶରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା ଦୋକାନୀର ସ୍ୱାମୀ । ତାପରେ ସେ ଦୁହିଁଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇଦେଇଥିଲା । ପିଲାଙ୍କ ପରିବାର ଲୋକ ଜାଣିବା ପରେ ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଦ୍ରି ଅରୁଲ୍ ଦୋସ ମଧ୍ୟ ନା ବାଳିକାଙ୍କର ଯୌନ ଶୋଷଣ ରଖିଥିଲେ ସୂଚନା ମିଳିିଛି ।

ଶିକ୍ଷକ ନାଁରେ କଳଙ୍କ, ଅସଦାଚରଣ ଆଣିବାରୁ ସ୍କୁଲରୁ ବାହାର କଲେ ଛାତ୍ରୀଙ୍କୁ, ପଢନ୍ତୁ ପୂରା ଖବର…..

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here