ବଦନାମରୁ ରକ୍ଷା ପାଇବା ଲାଗି ବାପମାଆ ସାଜିଲେ ଯମ, ଦୁଇଝିଅଙ୍କୁ ଯୋଜନା କରି ମାରିଲେ

https://www.facebook.com/nnsodia/videos/267154983995629/?t=5

ଗଜପତି : କିଛି ଦିନ ତଳେ ଆର. ଉଦୟଗିରିରେ ଦୁଇ ଭଉଣୀ କୂଅରେ ପଡି ମୃତ୍ୟୁ କରିଥିବା ଖବର ପ୍ରକାଶ ପାଇବା ପରେ ଆଜି ଏହାର ଫର୍ଦ୍ଦାଫାଶ ହୋଇଛି । ତେବେ ଏହି ଚାଞ୍ଚଲ୍ୟ କର ମୃତ୍ୟୁ ପଛରେ ମୃତ ଭଉଣୀଙ୍କ ବାପାମାଆଙ୍କ ହାତ ରହିଛି ବୋଲି ସୂଚନା ମିଳିଛି । ମୃତ ଦୁଇ ଭଉଣୀ ହେଉଛନ୍ତି ସ୍ୱପ୍ନା ଓ କିରଣ । ସୁଚନାରୁ ପ୍ରକାଶ, ପୂର୍ବରୁ ଝିଅ ସ୍ୱପ୍ନାର ବାହାଘର ଭୁବନେଶ୍ୱରରେ ଠିକ୍ ହୋଇଥିବା ବେଳେ ଭାବି ଜ୍ୱାଇଁ ଶେଷ ମୁହୁତ୍ୱରେ ଝିଅର ଚରିତ୍ର ଖରାପ ଦର୍ଶାଇ ବାହାଘର ଭାଙ୍ଗି ଦେଇଥିଲେ । ଏହାକୁ ନେଇ ବାପାମାଆ ଚାପରେ ରହୁଥିଲେ । ଏବଂ ବଦନାମ ହେବା ଭୟରେ ବାପାମାଆ ଦୁଇ ଝିଅ ସ୍ୱପ୍ନା ଓ କିରଣଙ୍କୁ ୨୮ ତାରିଖ ରାତିରେ ବିଷ ରଖି ବିଷ ପିଇବାକୁ ବାଧ୍ୟ କରିଥିଲେ । ବିଷ ନପିଇଲେ ଆମେ ବିଷ ପିଇ ଆତ୍ମହତ୍ୟା କରିଦେବୁ ବୋଲି ଧମକାଇଥିଲେ । ଶେଷରେ ଦୁଇ ଭଉଣୀ ବିଶ ପିଇବାକୁ ବାଧ୍ୟ ହୋଇଥିଲେ । ତାପରେ ଯୋଜନା ମୁତାବକ ସେମାନଙ୍କ ମୃତ୍ୟୁ ପରେ ବାପାମାଆ ଝିଅ ଦୁଇଙ୍କୁ ନେଇ କୂଅରେ ଫିଙ୍ଗିବା ସହ ସମସ୍ତ ଆତ୍ମହତ୍ୟାର ପ୍ରମାଣକୁ ନଷ୍ଟ କରିଦେଇଥିଲେ । କିନ୍ତୁ ପୋଲିସ ଉଭୟ ବାପାମାଆକୁ ଜେରା କରିବା ପରେ ବାପା ପ୍ରମୋଦ ପୁଲିସ ନିକଟରେ ସମସ୍ତ ଘଟଣା ବିଷୟରେ ବଖାଣି ିଥିଲା । କିପରି ସେ ଯୋଜନା କରି ଏପରି ହତ୍ୟାକାଣ୍ଡ କରାଇଛି । ସେପଟେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତ କରିବା ସହ ମୃତ ଭଉଣୀଙ୍କ ଭିଣୋଇଙ୍କର ଏଥିରେ ହାତ ଥିବା ସନ୍ଦେହ କରୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here