ବାପା ଓ ସାବତ ମାଆ ମିଶି ତଣ୍ଟିଚିପି ମାରିଲେ ଝିଅକୁ

https://www.facebook.com/nnsodia/videos/267154983995629/?t=5

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଭଉଁରିଆବାଙ୍କ ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ବାପମାଆ ନିଜ ଝିଅର ତଣ୍ଟିଚିପି ଜୀବନରୁ ମାରିଦେଇଥିବାର ଖବର ଏବେ ସମସ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୁଚନା ମୁତାବକ, ଭଉଁରିଆବା ଗାଁର ବାବାଜୀ ବାରିକ ଓ ତାଙ୍କ ଦ୍ୱିତୀୟ ପତ୍ନୀ ମିଶିକରି ନିଜ ଝିଅ ପାର୍ବତୀର ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ୧୫ ବର୍ଷୀୟ ମୃତ ପାର୍ବତୀର ଦାଦା ତିହିଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଭିଯୋଗ ଅନୁସାରେ ପାର୍ବତୀଙ୍କ ସାବତ ମାଆ ତଥା ବାବାଜୀଙ୍କ ଦ୍ୱିତୀୟ ପତ୍ନୀ ଝିଅର ତଂଟି ଚିପି ଜୀବନରୁ ମାରିଦେଇଛନ୍ତି । ଗୁରୁତର ଅବସ୍ଥାରେ ପାର୍ବତୀଙ୍କୁ ପ୍ରଥମେ ତିହିଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ମଝି ବାଟରେ ପାର୍ବତୀଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ପାର୍ବତୀ ଜଣେ ଉତ୍ତମ ଛାତ୍ରୀ ଥିଲେ କିନ୍ତୁ ତାଙ୍କ ସାବତ ମାଆ ତାଙ୍କୁ ସବୁବେଳେ ଅତ୍ୟାଚାରିତ କରୁଥିଲେ । ତେବେ ପୋଲିସ ଅଭିଯୋଗ ପରେ ଉଭଯ ବାପାମାଆଙ୍କୁ ଗିରଫ କରଥିଲେ ମଧ୍ୟ କୌଣସି କଡା ପଦକ୍ଷେପ ନେଇନାହିଁ । ତେବେ ବାପାମାଆଙ୍କ ଝଗଡାରେ ଢିଅଟିର କଣ ଭୁଲ ତାହାନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here