କଂଗ୍ରେସ ଛାଡି ପଦ୍ମରେ  ମିଶିଲେ ପଦ୍ମ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର : କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ନିଜର ହଜାର ହଜାର ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପଦ୍ମଲୋଚନ ପଣ୍ଡା । ଗତ ଅକ୍ଟୋବର ୭ ତାରିଖ ଦିନ କଂଗ୍ରେସ ହାତ ଛାଡ଼ିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନେଇ କହିଥିଲେ ପଦ୍ମଲୋଚନ ପଣ୍ଡା । ଗୋଷ୍ଠୀ କନ୍ଦଳ ଏବଂ ଦଳ ମଧ୍ୟରେ ସମନ୍ୱୟ ନଥିବା କାରଣରୁ ସେ ଦଳ ଛାଡିଥିବା କହିଥିଲେ । ତେବେ କଂଗ୍ରେସର ହାତ ଛାଡ଼ିବା ପରେ ଆଜି ବାଲେଶ୍ୱରରେ ପଦ୍ମ ଧରିବା ଅବସରରେ ବିଶାଳ ରାଲି କରି ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ । ଶାସକ ଏବଂ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେବା ପାଇଁ ଉପକୂଳ ଗଡ଼ ଉପରେ ଧିରେ ଧିରେ ଶକ୍ତି ବିସ୍ତାର କରୁଛି ବିଜେପି । ସେପଟେ ପଦ୍ମ ଲୋଚନ ପଣ୍ଡା ମିଶ୍ରଣକୁ ସ୍ଥାନୀୟ ବିଜେପି ନେତା ଓ କର୍ମୀ ଠିକ୍ ଭାବରେ ହଜମ କରି ପାରୁ ନାହାନ୍ତି ବୋଲି ସୂଚନା ମିଳିଛି । ୨୦୧୯ ନିର୍ବାଚନ ମଇଦାନରେ କିଏ ବିଜେପିର ବିଧାୟକ ପ୍ରାର୍ଥୀ ହେବେ ତାକୁ ନେଇ କର୍ମୀ ଓ ନେତା ଆଶା, ଆଶଙ୍କରେ ରହିଛନ୍ତି । ଏବଂ ପଦ୍ମ ଲୋଚନ ପଣ୍ଡାଙ୍କୁ ଦଳରେ ସାମିଲ ନକରିବା ପାଇଁ ଶଶିଙ୍କ ଗୋଷ୍ଠୀ ଭୁବନେଶ୍ୱରରେ ଡ଼େରା ପକାଇଥିଲେ । ସୁଚନା ମୁତାବକ ୨୦୦୯ ଓ ୨୦୧୪ ନିର୍ବାଚନରେ ପଦ୍ମ ଲୋଚନ ପଣ୍ଡାଙ୍କୁ ସେଠାକାର ଭୋଟର ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଏହି ମିଶ୍ରଣ ବିଜେପିକୁ ଫାଇଦା ଦେବ ନା ସଂଗଠନ ପାଇଁ କ୍ଷତି ହେବ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବାର ଦେକିବାକୁ ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here