ପାକିସ୍ଥାନ ପୋଲିସ ଏକାଡେମୀ ଉପରେ ଆତଙ୍କବାଦୀ ଆକ୍ରମଣ : ୬୦ କ୍ୟାଡେଟ ମୃତ

https://www.facebook.com/nnsodia/videos/267154983995629/?t=5

ଲାହୋର: ପାକିସ୍ଥାନର କେଟ୍ଟାରେ ପୋଲିସ ଏକାଡେମୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି । ଏଥିରେ ୬୦ କ୍ୟାଡେଟଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ଥାନ ସେନା ଓ ଫ୍ରଣ୍ଟିଅର କର୍ପସ ପକ୍ଷରୁ ହୋଇଥିଲା ପାଲଟା ଆକ୍ରମଣ। ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଅପରେସନରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣବେଳେ ଏକାଡେମିରେ ୬୦୦ ପୋଲିସ କ୍ୟାଡେଟ ଥିଲେ। ସୋମବାର ରାତି ପ୍ରାଯ ୧୧ଟା ୧୦ରେ  ୩ଜଣ ଆତଙ୍କବାଦୀ ପଶିଥିଲେ କେଟା ପୋଲିସ ଟ୍ରେନିଂ ଏକାଡେମୀରେ । ମୁଖ୍ୟ ଗେଟରେ ଥିବା ସୁରକ୍ଷା କର୍ମୀଙ୍କୁ ହତ୍ୟା କରି ଆତଙ୍କବାଦୀମାନେ ଭିତରକୁ ପଶିଥିଲେ। ଆରମ୍ଭ କରିଦେଇଥିଲେ ଗୁଳିଚାଳନା। ଆତଙ୍କୀଙ୍କ ଗୁଳିମାଡରେ ଟଳି ପଡିଥିଲେ ଜଣେ ପରେ ଜଣେ କ୍ୟାଡେଟ। ଆଖୁ ବୁଜି ଦେଇଥିଲେ ୬୦ କ୍ୟାଡେଟ। ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ଅପରେସନ। ଏଥିରେ ଦୁଇ ଜଣ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରି ନିଜକୁ ଉଡାଇଥିବାବେଳେ ଆଉ ଜଣେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି।

ମୃତ ତିନି ଜଣ ଆତଙ୍କବାଦୀ ପାକିସ୍ତାନ ତାଲିବାନର ଅନୁବନ୍ଧିତ  ଲସ୍କର ଇ ଜାଙ୍ଘଭି ଅଲ ଆଲିମି ଗୋଷ୍ଠୀର ବୋଲି ଜଣାପଡିଛି। ଆକ୍ରମଣ ସମୟରେ ୩ ଆତଙ୍କବାଦୀ ଆଫାଗାନିସ୍ତାନରେ ଥିବା ସେମାନଙ୍କର ଓସ୍ତାଦ ସହିତ ନିରନ୍ତର ଯୋଗାଯୋଗ କରୁଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ସୁରକ୍ଷାକର୍ମୀ ଓ କ୍ୟାଡେଟମାନଙ୍କୁ ସିଭିଲ ହସପିଟାଲ, ବୋଲାନ ମେଡିକାଲ କଲେଜ ଓ ସେନା ହସପିଟାଲରେ ଭର୍ତ୍ତି କରାଯଆଇଛି। କେତେଜଣ ଗୁରୁତର କ୍ୟାଡେଟଙ୍କ ଜୀବନ ଏବେ ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଲସ୍କର ଇ ଜାଙ୍ଗଭି ଏଥିପାଇଁ ନିଜକୁ ଦାୟୀ କରିଥିଲେ ମଧ୍ୟ ଇସଲାମିକ୍ ଷ୍ଟେଟ୍ ଏହି ଘଟଣା ଘଟାଇଥିବା କହିଛି। ଆଇଏସ୍ ତା ମୁଖପାତ୍ର ଅମାକରେ ଏଥିପାଇଁ ନିଜକୁ ଦାୟୀ କରିଛି। ଏପରିକି ତିନି ଜଣ ବନ୍ଧୁକଧାରୀ ଆତଙ୍କବାଦୀଙ୍କ ଫଟୋ ମଧ୍ୟ ଜାରି କରିଛି। କ୍ବେଟାର ହସ୍ପିଟାଲରେ ଗତ ଅଗଷ୍ଟ ମାସରେ ହୋଇଥିବା ଆକ୍ରମଣ ପାଇଁ ମଧ୍ୟ ଆଇଏସ୍ ନିଜରକୁ ଦାୟୀ କରିଛି। ଏଥିରେ ୮୮ ଜଣଙ୍କ ଜୀବନ ଯାଇଥିଲା।

 

 

 

 

ମତାମତ ଦିଅନ୍ତୁ

Please enter your comment!
Please enter your name here