ଜାପାନରେ ସୁନାମି ଆଲର୍ଟ

ଟୋକିଓ: ଜାପାନର ଫୁକୁସୀମା ଆଣବିକ କେନ୍ଦ୍ରରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୭.୪ ରହିଛି । ଫଳରେ ଉତ୍ତର-ପଶ୍ଚିମ ଜାପାନରେ ସୁନମି ଆଶଙ୍କାରେ ସତର୍କତା ଜାରି କରାଯାଇଛି । ଫୁକୁସୀମା ସହରରେ ପ୍ରାୟ ୧ ମିଟର ଉଚ୍ଚର ସୁନାମି...

କ୍ୟାପଟେନ ମିଶ୍ରଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ

ଭୁବନେଶ୍ୱର: ଉତ୍ତରପ୍ରଦେଶ କାନପୁର-କଲପି ମାର୍ଗର ପୁଖରାୟନ ଟ୍ରେନ୍ ଦୁର୍ଘଟଣାରେ ମୃତୁ ୍ୟ ବରଣ କରିଥିବା ସେନା ବାହିନୀରେ କାର୍ଯ୍ୟରତ ଓଡ଼ିଆ କ୍ୟାପଟେନ ଶୁଭେନ୍ଦୁ ମିଶ୍ର(୨୫)ଙ୍କ ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାସହ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି ।...

ଅଗ୍ନୀ-୧ର ବ୍ୟାବହାରିକ ପରୀକ୍ଷଣ ସଫଳ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ରଗାରରୁ ଗତକାଲି ପୃଥ୍ୱୀ-୨ ସଫଳ ପରୀକ୍ଷଣ ହୋଇଥିଲା । ଆଜି ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନୀ-୧ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି । ଧାମରାରେ ଥିବା ଡକ୍ଟର ଅବଦୁଲ କଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ...

କଟକ:ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲାରେ ଲୁଲୁଙ୍କ ସାନ ଭାଇ ପକ୍ଷ ଭୁକ୍ତ ହେବାକୁ କଲେ ଆବେଦନ

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲାରେ ପକ୍ଷ ଭୁକ୍ତ ହେବାକୁ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ଓରଫ ବେବି ଆବେଦନ କରିଛନ୍ତି। ଭାରତୀୟ ଜନପ୍ରତିନିଧି ଆଇନ୍‌ର ଧାରା ୧୧୨ ଅନୁଯାୟୀ ଆବେଦନକାରୀ ସ୍ୱର୍ଗତ ଲୁଲୁଙ୍କ ସ୍ଥାନରେ...

କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶା ମନା ! ଢେଙ୍କାନାଳ ଜିଲ୍ଲାପାଳଙ୍କ ଫତୱା

ଭୁବନେଶ୍ୱର: ଓଡିଶାରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଇଦେବାରେ ରାଜ୍ୟ ସରକାର ବିଫଳ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡରେ  ଆକ୍ରମଣ ହେବା ଏହାର ସବୁଠୁ ବଡ ନମୁନା । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବିଜେଡି ବିଧାୟକ ଦେବେଶ ଆଚାରର୍ଯ୍ୟଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ ।...

ପଞ୍ଚାୟତ ନିର୍ବାଚନ: କଂଗ୍ରେସ ଶିବିର ଚଳଚଞ୍ଚଳ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଛି । ଦଳୀୟ ରଣନୀତି ପ୍ରସ୍ତୁତି ଲାଗି ଜିଲ୍ଲା ସଭାପତିଙ୍କୁନେଇ ରାଜ୍ୟର ବରିଷ୍ଠ ନେତାମାନେ ରୁଦ୍ଧଦ୍ୱାରବୈଠକ କରିଛନ୍ତି । ଭୁବନେଶ୍ୱର କଂଗ୍ରେସ  ଭବନରେ ଏହି ବୈଠକ ଚାଲିଛି । ପଞ୍ଚାୟତ ନିର୍ବାଚନ ରଣାଙ୍ଗନ ପାଇଁ ବ୍ଲୁପ୍ରିଣ୍ଟ...

ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ରଗାରରୁ ମାତ୍ର ଗୋଟିଏ ମିନିଟ୍ ବ୍ୟବଧାନରେ ଆଜି ଦୁଇଟି ମଧ୍ୟମ ଦୂରଗାମୀ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ୩ ନମ୍ବର ଲଞ୍ଚପ୍ୟାଡ ଆରଟିଆରରୁ ଆଜି ସକାଳ ୯ଟା ୩୭ ଓ ୯ଟା ୩୮ ମିନିଟରେ ଏହି ଦୁଇଟି କ୍ଷେପଣାସ୍ତ୍ର...

ମହାନଦୀ ପିଟିସନ୍ : ଟ୍ରିବ୍ୟୁନାଲ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର: ମହାନଦୀରେ ଛଟିଶଗଡ଼ ବ୍ୟାରେଜ ନିର୍ମାଣକୁ ନେଇ ଓଡ଼ିଶାର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ଲାଗି ଏକ ଟ୍ରିବ୍ୟୁନାଲ ଗଠନ ପାଇଁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ମହାନଦୀରେ ବ୍ୟାରେଜ...