ଓଡ଼ିଶାର ପ୍ରକାଶ, କମଳା ଓ ଦୈତାରୀଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(ଓଏନଏ): ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ୍ରଅବସରରେ ବିଭିନ୍ନ କ୍ଷେତ୍ରରେ ପରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ସେମାନେ ହେଲେ..
କଟକର ଚା’ ଦୋକାନୀ ଡ.ପ୍ରକାଶ ରାଓ
କେନ୍ଦୁଝରର ଦୈତାରୀ ନାୟକ
କୋରାପୁଟର କମଳା ପୂଜାରୀ
ଏମାନଙ୍କ ବ୍ୟତୀତ କ୍ରିକେଟର ଗୌତମ ଗମ୍ଭୀର, ଫୁଟବଲ ତାରକା ସୁନୀଲ ଛେତ୍ରୀ ଏବଂ ଅନ୍ୟ କେତେଜଣଙ୍କୁ ମଧ୍ୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି ।

ପଦ୍ମଶ୍ରୀ ପୁରସ୍କାର ମିଳିଲା ୪ କ୍ରିଡ଼ାବିତଙ୍କୁ