ଏକାଠି ହେଉଛନ୍ତି ବିରୋଧୀ, ହିରୋ ଦାମ

ଭୁନନେଶ୍ୱର: ବିଜେପି – ବିଜେଡି ବିରୋଧୀ କ୍ରମେ ଏକାଠି ହେବାରେ ଲାଗିଛନ୍ତି । କଂଗ୍ରେସ ଏହି ବିରୋଧୀମାନଙ୍କୁ ଏକାଠି କରୁଥିବା ଓ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି । ବିରୋଧୀଙ୍କ ପାଇଁ ବରିଷ୍ଠ ନେତା ଡା.ଦାମୋଦର ରାଉତ ହୋଇଛନ୍ତି ହିରୋ । ଯିଏ ଯେଉଁଠି ଏବେ ବିରୋଧୀ ସମାବେଶ କରୁଛନ୍ତି ଖୋଜା ପଡୁଛି ଡା. ରାଉତଙ୍କୁ । ବିଭିନ୍ନ ଫୋରମ ମାଧ୍ୟମରେ ସେ ଏବେ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିବାରେ ଲାଗିଛନ୍ତି । ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ପାଇଁ ଆରମ୍ଭ ହୋଇଯାଇଛି ସଫଳ ପ୍ରୟାସ । ଆଜି ଖୋଦ୍ଧା ଜିଲ୍ଲା ଟାଙ୍ଗୀରେ ବିରୋଧୀଙ୍କ ମହାମେଣ୍ଟର ସମାବେଶ ହୋଇଥିଲା । ବିଭିନ୍ନ ବ୍ୟାନରରେ ଏହି ବିରୋଧୀ ଏକାଠୀ ହୋଇଥିବା ଦେଖାଯାଉଛି । ସବୁଠି ଡା.ରାଉତ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ମାହଙ୍ଗାରୁ ଆରମ୍ଭ ହୋଇଥିବା ଅଭିଯାନ ନିମାପଡା ଓ କଟକ ପରେ ଖୋଦ୍ଧା ଟାଙ୍ଗୀରେ ପହଁଞ୍ଚିଛି ।
ଏହି କଥା ବି କୁହାଯାଉଛି ବିରୋଧୀ ଶକ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହେଯାଗ କରୁଛନ୍ତି । ବିଜେପି- ବିଜେଡି ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଖୋଦ୍ଧା ବିଜେଡି ବିଧାୟକଙ୍କ ଦୁର୍ନିତୀ କଥାକୁ ଆଧାର କରି ଏକ ସଙ୍ଗଠନ ମହାମେଣ୍ଟର ଆୟୋଜନ କରାଯାଇଥିଲା । ଖୋଦ୍ଧା ଜନଜାଗରଣ ପ କ୍ଷରୁ ମହାସମାବେଶର ଆୟୋଜନ କରାଯାଇଥିଲା । ଏହି କାଯ୍ୟକ୍ରମର ପୂରଧା ଥିଲେ କଂଗ୍ରେସ ନେତା ବିପିନ କୁମାର ଜୟସିଂହ । ଯୋଗଦେଇଥିବା ନେତାଙ୍କ ମଧ୍ୟରେ ନିରଞ୍ଜନଙ୍କ ସହ ଡା.ରାଉତ, ପଞ୍ଚାନନ କାନୁନଗୋ, ସିପିଏମ୍ ନେତା ଜର୍ନାଦନ ପତି, ସିପିଆଇ ନେତା ରାମକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ବିରୋଧରେ ବିଷୋଦଗାର କରାଯାଇଥିଲା । କିନ୍ତୁ ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ସରକାରକୁ ବେଶି ସମାଲୋଚନା କରାଯାଇଥିିଲା । ସବୁ ନେତା ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନିତୀ ବିଷୟରେ ବଖାଣି ଥିଲେ । ଏହି ସମାବେଶର ମୁଖ୍ୟ କଥା ହେଉଛି ବିଜେଡି ବିରୋଧରେ ଏକ ବଡ ଧରଣର ଶକ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଛି । ଏଥିରେ ଡା.ରାଉତ ବିଜେଡି ସରକାରଙ୍କ ଦୁର୍ନିତୀ ବିଷୟ ବଖାଣି ଥିଲେ । ସରକାରଙ୍କ ମୁଖା ଖୋଲିବେ ବୋଲି କହିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନବୀନ ସରକାରଙ୍କୁ ଏକ ଦୁର୍ନିତୀ ଗ୍ରସ୍ତ ସରକାର ଭାବେ ଚିତ୍ରଣ କରିଥଲେ । ଏଭଳି ଦୁର୍ନିତୀ ଗ୍ରସ୍ତ ସରକାର ୫୦ ବର୍ଷ ଭିତରେ ବି ନଥିଲା । ଏପରି ବିଭିନ୍ନ ନେତା ବିଭିନ୍ନ ଦୁର୍ନିତୀ କଥା ଉଠାଇଥିଲେ ।
ଏହି କାଯ୍ୟକ୍ରମରେ ନେତାମାନେ କଣ ଭାଷଣ ଦେଲେ ବା କାହା ବିରୋଧରେ କହିଲେ ତାହା ଯେତିକି ଗୁରୁତ୍ୱ ବହନ କରୁନାହିଁ ସବୁଠାରୁ ତାପ୍ତର୍ଯ୍ୟ ବିଷୟ ହେଉଛି ସେମାନେ ଏକାଠି ହେବା । ବିରୋଧୀଙ୍କ ଶକ୍ତି ବଢୁଥିବା ଏମାନେ କ୍ରମେ କାଯ୍ୟକ୍ରମକୁ ବ୍ୟାପକ କରିବାକୁ ଯାଉଥିବା ସୂଚନା ମିଳିଛି । ପୂର୍ବରୁ ନିରଞ୍ଜନ କଂଗ୍ରେସ ଭବନରେ ଏକ କାଯ୍ୟକ୍ରମ ଆୟୋଜନ କରିଥିଲେ । ସେଥିରେ ବିଜେପି – ବିଜେଡି ବିରୋଧୀଙ୍କୁ ଏକାଠି କରିଥିଲେ । ଏହିପରି ଗୋଟିଏ ପରେ ଗୋଟିଏ କାଯ୍ୟକ୍ରମ କରି ବିରୋଧୀ ଏକଜୁଟ ହେବା ପାଇଁ ପ୍ରୟାସ ଚାଲିଛି । କୁହାଯାଉଛି ଏହା ପରେ ଢଙ୍କୋନାଳରେ ସମାବେଶ ହେବ । ତାପରେ ବାରିପଦା, ଭଦ୍ରକ, ମାର୍ଶାଘାଇ ଓ ଏରସମାରେ ସମାବେଶ ଆୟୋଜନ ହେବ । ଏସବୁ ସମାବେଶରେ କେହି ନେତା ରୁହନ୍ତୁ କି ନରୁହନ୍ତୁ ଡା. ରାଉତ କିନ୍ତୁ ନିଶ୍ଚୟ ଯିବେ । ୧୨ରେ ଡା.ରାଉତ ତାଙ୍କ ନିର୍ବାଚନମଣ୍ଡଳୀରେ ଯେଉଁ ସମାବେଶ କରିବାକୁ ଯାଉଛନ୍ତି ବିରୋଧୀ ନେତା ମାନେ ପୁଣି ଏକାଠି ହେବେ ବୋଲି କୁହାଯାଉଛି ।
ଏହି ସମାବେଶକୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଡକାଯାଇଥିଲେ ମଧ୍ୟ ଉଭୟ ଯାଇନଥିଲେ । କିନ୍ତୁ ବିଜୟଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here