ବିହାରରେ ଥମୁନି ହିଂସା, ପୁଣି ଜଣେ ବୃଦ୍ଧଙ୍କୁ ପିଟିପିଟି କଲେ ହତ୍ୟା

https://www.facebook.com/nnsodia/videos/267154983995629/?t=5

ଆରାରିଆ: ପୁଣି ପିଟିପିଟି ହତ୍ୟା କଲେ ଜଣେ ଯୁବକଙ୍କୁ | ପ୍ରତିଥର ପରି ଏଥର ମଧ୍ୟ ଏହି ଅବାବନୀୟ କାଣ୍ଡ ଆଉ କେଉଁଠି ନୁହେଁ ବିହାରରେ ଘଟିଛି | ବିହାରରେ ହିଂସା ଥମିବାର ଯେପରି ନାଁ ହିଁ ଧରୁନି । ୨୪ ଘଣ୍ଟାରେ ୩ ଜଣଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ସ୍ୱରୂପ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ସୁଚନାନୁଯାୟୀ, ଆରଜେଡି ନେତାଙ୍କୁ ଗୁଳି କରାଯିବା ଘଟଣାରେ ୨ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ଏବେ ଏକ ଗାଈ ଚୋରି ଘଟଣାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ୩୦୦ରୁ ଅଧିକ ଲୋକ ପିଟିପିଟି ମାରିଦେଇଥିବାର ସୂଚନା ମିଳିଛି । ଏପରି ଲଜ୍ଜ୍ୟଜନକ କାଣ୍ଡ ବିହାରର ଆରାରିଆ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ମୁତକ ଜଣଙ୍କ ହେଉଛିନ୍ତି କାବୁଲ ମିଆଁ | ତାଙ୍କୁ ଶତାଧିକ ଲୋକ ଗୋଇଠା ମାରିବା ସହ କାଠ ଫାଳିଆରେ ପିଟୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସେହିପରି ମାଡ଼ ମାରୁଥିବା ଲୋକମାନେ ପରସ୍ପରକୁ କାବୁଲ ମିଆଁଙ୍କୁ ଆକ୍ରମଣ କରିବାକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଏପରି କି ସେମାନେ କାବୁଲଙ୍କ ପ୍ୟାଣ୍ଟ ଖୋଲି ତାଙ୍କୁ ତଳେ ଘୋଷାରି ନେଉଥିବା ଦେଖିବାକୁ ମିଳିଛି । ଏଥିରୁ ରକ୍ଷା ପାଇବା ପାିଁ ବ୍ୟକ୍ତି ଜଣଙ୍କ ଯେତେ ନେହୁରା ହୋଇଥିଲେ ମଧ୍ୟ ଲୋକମାନେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ । ତାଙ୍କ ଜୀବନ ଚାଲିଯିବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟି ଚାଲିଥିଲେ । ତେବେ ଏହି ଘଟଣାଟି ଡିସେମ୍ବର ୨୯ରେ ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି । ଯେଉଁଥିରେ କିଛି ଆକ୍ରମଣକାରୀଙ୍କ ମୁହଁ ଦେଖାଯାଉଛି । ତେବେ ପୁଲିସ୍‌ ଏଯାଏ କାହାକୁ ଗିରଫ କରିନଥିବା ସୂଚନା ମିଳିଛି |

ସମ୍ବଲପୁରୀ ଅଭିନେତ୍ରୀଙ୍କୁ ହତ୍ୟା, ସନ୍ଦେହ ଘେରରେ ସ୍ୱାମୀ

 

ମତାମତ ଦିଅନ୍ତୁ

Please enter your comment!
Please enter your name here