ଅପହରଣ ନା ହତ୍ୟାକାଣ୍ଡ, ପାହାଡରୁ ମିଳିଲା ନାବାଳିକାର ମୃତଦେହ

https://www.facebook.com/nnsodia/videos/267154983995629/?t=5

ବରଗଡ଼: ଅପହରଣ ନା ହତ୍ୟାକାଣ୍ଡ | ଜଣେ ନାବାଳିକାକାକୁ ଦୁଇ ଜଣ ଯୁବକ ଉଠାଇ ନେବା ପରେ ଆଜି ତାର ମୃତ ଦେହ ଏକ ପାହାଡ ପାର୍ଶ୍ୟରୁ ମିଳିଥିବା ସୂଚନା ମିଳିଛି | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ବାହାବରଗଡ଼ ଜିଲ୍ଲା ଭେଡେନ ଥାନା ବିନ୍ଧ୍ୟବାହିନୀ ପାହାଡରେ | ସୂଚନାଯୋଗ୍ୟ, ଗତ ୬ଦିନ ତଳେ ଘରୁ ଉକ୍ତ ନାବାଳିକା ଜଣକ କେଉଁଆଡେ ଚାଲି ଯାଇଥିଲା , ଯେତେ ଖୋଜାଖୋଜି କଲେ ମଧ୍ୟ ଝିଅର କୌଣସି ସନ୍ଧାନ ମିଳିନଥିଲା | ଶେଷରେ ପରିବାର ଲୋକେ ଶୁକ୍ରବାର ଦିନ ଥାନାରେ ଏତଲା ଦେଇଥିଲେ । ତେବେ ପାହାଡ ଉପରୁ ନାବାଳିକାର ମୃତଦେହ ମିଳିବା ପରେ ଉକ୍ତ ନାବାଳିକା ମା’ କହିଥିଲେ କି, ୬ଦିନ ତଳେ ୨ଜଣ ଯୁବକଙ୍କ ଝିଅକୁ କେଉଁଆଡେ ନେଇ ପଳାଇଥିଲେ । ତେବେ ଆଜି ପାହାଡରୁ ମୃତଦେହ ଠାବ ହେବା ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପରି ଅଭାବନୀୟ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୁଲିସ ଧରିବାରେ ଅସଫଳ ହୋଇଥିବାର ସୂଚନା ମିଳୁଛି |

ମତାମତ ଦିଅନ୍ତୁ

Please enter your comment!
Please enter your name here