You are here
Home > ବଡ଼ଖବର > “ବନ୍ଦେ ଉକ୍ରଳ ଜନନୀ”କୁ ନେଇ ବିବାଦ ତୁଟୁନି, ବଲାଙ୍ଗୀରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଧାରଣା“ବନ୍ଦେ ଉକ୍ରଳ ଜନନୀ”କୁ ନେଇ ବିବାଦ ତୁଟୁନି, ବଲାଙ୍ଗୀରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଧାରଣା

“ବନ୍ଦେ ଉକ୍ରଳ ଜନନୀ”କୁ ନେଇ ବିବାଦ ତୁଟୁନି, ବଲାଙ୍ଗୀରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଧାରଣା“ବନ୍ଦେ ଉକ୍ରଳ ଜନନୀ”କୁ ନେଇ ବିବାଦ ତୁଟୁନି, ବଲାଙ୍ଗୀରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଧାରଣା

ଭୁବନେଶ୍ୱର: “ବନ୍ଦେ ଉକ୍ରଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ଦାବି ଉଠିଲା ପରେ ଏହାକୁ ନେଇ ବିବାଦ କ୍ରମେ ଜୋର୍ଦାର୍ ହେବାରେ ଲାଗିଛି । ଏହି ଦାବି ଉଠିଲା ପରେ ସରକାର ବିଚାର କରୁଛନ୍ତି ବୋଲି କହିବା ପରେ ମନ୍ତ୍ରୀ ସୁଶାନ୍ତ ସିଂହ ଏଥିରେ ବିବାଦ ଭର୍ତ୍ତି କରିଛନ୍ତି । “ଉକ୍ରଳ” ବଦଳରେ “ଓଡ଼ିଶା” ରଖିବାକୁ ସେ ଦାବି କରିଛନ୍ତି । କିନ୍ତୁ ତାଙ୍କ ଦାବିକୁ ପଶ୍ଚିମ ଓଡ଼ିଶାର ଦୁଇ ନେତା ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ବିରୋଧ କରିଛନ୍ତି । କିନ୍ତୁ ଏବେ ଏହି ଦାବି ଉଠାଇ ସୁଶାନ୍ତ କ୍ରମେ ଫସିବାରେ ଲାଗିଛନ୍ତି । ସେ ପଶ୍ଚିମ ଓଡ଼ିଶାରେ କୋଶଳ ରାଜ୍ୟ ଦାବି କଥା ଉଠୁଥିବାରୁ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସରକାର ବିଚାର କରିବାକୁ କହିଛନ୍ତି । ମାନ୍ୟତା ଦେଲାବେଳେ ଉକ୍ରଳ ସ୍ଥାନରେ ଓଡ଼ିଶା ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ହେଲେ ସୁଶାନ୍ତଙ୍କର ଏହି ପ୍ରସ୍ତାବକୁ କୋଶାଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବିରୋଧ କରାଯାଇଛି । ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସଙ୍ଗୀତର ମାନ୍ୟତା ନ ଦେବା ପାଇଁ ଦାବି ରଖାଯାଇଛି । ଏହି ଦାବିରେ ଗୁରୁବାର ସମିତିର ସଦସ୍ୟ ଓ କର୍ମକର୍ତ୍ତାମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସିଂହଙ୍କ ମତ ସହ ସେମାନେ ସହମତ ହୋଇପାରି ନାହାଁନ୍ତି ।କୋଶଳ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ସଂଯୋଜକ ପ୍ରମୋଦ ମିଶ୍ର ଏଥିନେଇ ମନ୍ତ୍ରୀ ଶ୍ରୀ ସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର କୋଶଳାଞ୍ଚଳକୁ ବଭିନ୍ନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ତୁରନ୍ତ କୋଶଳ ରାଜ୍ୟ ଗଠନ କରାଯାଉ । “ବନ୍ଦେ ଉକ୍ରଳ ଜନନୀ” ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଚେଷ୍ଟା ବନ୍ଦ କରାଯାଉ । ନଚେତ ଆନ୍ଦୋଳନ ଜୋର୍ଦାର ହେବ ବୋଲି କହିଛନ୍ତି । ଏଥି ସହିତ କୋଷଳାଞ୍ଚଳର ସମସ୍ତ ନିର୍ବାଚିତ ପ୍ରତିନିଧି ଏକଜୁଟ୍ ହୋଇ ‘ବନ୍ଦେ ଉକ୍ରଳ ଜନନୀ’ ସଙ୍ଗୀତକୁ ବିରୋଧ କରିବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନେବା ଦୁଃଖର କଥା । ଏହାକୁ ଆମେ ବିରୋଧ କରୁଛୁ । କୋଷଳ, କଳିଙ୍ଗ ଏବଂ ଉକ୍ରଳକୁ ନେଇ ଓଡ଼ିଶା ଗଠନ ହୋଇଥିଲା । ଏହି ଅଞ୍ଚଳର ପ୍ରତିନିଧି କରୁଥିବା ଜଣେ ମନ୍ତ୍ରୀ ଓ ସାଂସଦ ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟଦା ନ ଦେବା କହିବାରୁ ତାଙ୍କୁ ସାରା ରାଜ୍ୟରେ ବିରୋଧ କରାଯାଉଛି । ଏହା ଏକ ଅସାମ୍ବିଧାନିକ କାର୍ଯ୍ୟକ୍ରମ । ସମ୍ବିଧାନ ସମସ୍ତଙ୍କୁ ସ୍ୱାଧୀନ ଭାବେ ନିଜର ମତ ରଖିବାକୁ ଅଧିକାର ଦେଇଛି । ହେଲେ ଆମ ଅଞ୍ଚଳର ବିଧାୟକ ଓ ସାଂସଦଙ୍କୁ ବିରୋଧ କରିବା ଅତ୍ୟନ୍ତ ଦୁ ଃଖ ଦାୟକ ଘଟଣା । ଏହାର ପ୍ରତିବାଦ ଆମେ କରିଛୁ । ଯେଉଁମାନେ ଆମେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପ୍ରତିନିଧି କରୁଛନ୍ତି ଆମେ ତାଙ୍କୁ ଅନୁରୋଧ କରୁଛୁ ସେମାନେ ସମସ୍ତେ ମିଳିତ ଭାବେ ‘ବନ୍ଦେ ଉକ୍ରଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମର୍ଯ୍ୟଦା ଦେବା ପାଇଁ ଚେଷ୍ଟା ଚାଲିଛି ତାକୁ ବିରୋଧ କରନ୍ତୁ ବୋଲି ସେ କହିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଧାରଣାରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଛନ୍ତି ।

Loading...
ONA

Leave a Reply

Top