ବିଶ୍ୱ ଇସ୍ପାତ ଶିଳ୍ପ ବିକାଶରେ ଓଡିଶା ହେବ କେନ୍ଦ୍ର ବିନ୍ଦୂ଼-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଇସ୍ପାତ କ୍ଷେତ୍ରରେ କ୍ୟାପିଟାଲ୍ ଗୁଡ୍ ମାମଲାରେ ଓଡିଶା ଭାରତର କେନ୍ଦ୍ରବିନ୍ଦୁ ହେବାସହ ଖୁବଶୀଘ୍ର ପଡୋଶୀ ପ୍ରତିଯୋଗୀ ଦୁବାଇ ଓ ସିଂଙ୍ଗାପୁର ଭଳି ଦେଶ ଗୁଡିକୁ ସାମ୍ନା କରି ଆଗକୁ ବଢିବାର ପୁରା ସମ୍ଭାବନା ଅଛି ବୋଲି କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱରା ଓଡ଼ିଆ ଯୁବପିଢୀର ରୋଜଗାର ଓ ବାଣିଜ୍ୟ ବଡିବ ବୋଲି ଭୁବନେଶ୍ୱର ଠାରେ କ୍ୟାପିଟାଲ ଗୁଡସ ଇନ୍ ଷ୍ଟିଲ ସେକ୍ଟର-ମ୍ୟାନୁଫ୍ୟାକଚର ଇନ୍ ଇଣ୍ଡିଆ ଶୀର୍ଷକ କେନ୍ଦ୍ର ଇସ୍ପାତ ମବଣାଳୟ ଦ୍ୱାରା ଅୟୋଜିତ ଏକ କର୍ମଶାଳାରେ ଯୋଗଦେଇ କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସମବେତ ବିଶ୍ୱସ୍ତରୀୟ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ହଜାର ବର୍ଷ ପୂର୍ବେ ଓଡିଆ ମାନେ
ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ତିଆରି କରିଥିଲେ । ଏହା ଓଡିଆ ଜାତିର କ୍ୟାପିଟାଲ ଗୁଡ୍ ନିର୍ମାଣର ଲମ୍ବା ଇତିହାସର ପ୍ରମାଣ । ଶ୍ରୀ ପ୍ରଧାନ କହିଛନ୍ତି ଯେ, କେବଳ ଇସ୍ପାତ ନୁହେଁ, ଅନେକ କ୍ଷେତ୍ରରେ ଓଡିଶା ପ୍ରଗତୀର ରାସ୍ତାରେ ଯିବାର ବଡ ସମ୍ଭାବନା ରହିଛି । ଆଜି ଦିନରେ ୫୦ ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ ଆଗାମୀ ୧୦ ବର୍ଷରେ ୧୦୦ ମିଲିୟନ ହେବ । ଲୁହାପଥର, କୋଇଲା, ଆଲୁମିନିୟମ, ମାଙ୍ଗାନିଜ୍ ଉତ୍ପାଦନ ୨୦୦ ମିଲିୟନ ମେଟ୍ରିକ୍ ଟନ୍ ରୁ ୫୦୦ ମିଲିୟନ୍ ମେଟ୍ରିକ୍ ଟନ୍ ହେବ । ବିଜୁଳି ଉତ୍ପାଦନ ୨୫ ହଜାର ମେଗାଓାଟ୍ ଓ ୨୦ ମେଟ୍ରିକଟନ୍ ର ତୈଳ ବିଶୋଧନ କ୍ଷମତା ଓଡିଶାରେ ଉପଲ୨ ହେବ । କେନ୍ଦ୍ର ଭାରି ଶିଳ୍ପ ମବଣାଳୟକୁ ଧନ୍ୟବାଦ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମବୀ ଚିଠି ନ ଦେଇଥିଲେ ମଧ୍ୟ ଭାରତ ସରକାରଙ୍କ ତରଫରୁ ଓଡିଶାରେ କ୍ୟାପିଟାଲ୍ ଗୁଡର ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଏଥିରେ ଥିବା ତାଙ୍କ ଦାୟିତ୍ୱକୁ ନି୧⁄୨ିତ ଭାବେ ପାଳନ କରି
କାମକୁ ଆଗେଇ ନେବେ । ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାରଙ୍କର ପୂର୍ବଭାରତକୁ ଗୁରୁତ୍ୱ ନୀତି କାରଣରୁ ଓଡିଶାରେ ଭିତିଭୂମି ବିକାଶରେ ବଡ ପ୍ରଗତୀ ହୋଇଛି । ପୂର୍ବରୁ ରେଳ ବିକାଶରେ ୧୦୦୦ କୋଟି ଟଙ୍କା ମିଳୁନଥିବା ବେଳେ ୪ ବର୍ଷରେ ବର୍ଷକୁ
୫ ହଜାର କୋଟି ହିସାବରେ ୨୦ ହଜାର କୋଟିଟଙ୍କା ମିଳିଛି । ରାଜ୍ୟରେ ଥିବା ୫ ହଜାର କିଲୋମିଟର ଜାତୀୟ ରାଜମାର୍ଗରେ ଆଉ ୫ ହଜାର କିଲୋମିଟର ଯୋଡାହେବାର ବ୍ୟବସ୍ଥା ହୋଇଛି । ପାରାଦ୍ୱୀପକୁ ସଂଯୋଗ କରୁଥିବା ଜାତୀୟରାଜମାର୍ଗକୁ ୮ ଲାଇନ୍ ବିଶିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଜଳପଥ ନିର୍ମାଣ କାର୍ଯ୍ୟ ଚାଲିଛି । ପାରାଦ୍ୱୀପ ବନ୍ଦର ପଣ୍ୟକାରବାରରେ ଦେଶର ଦ୍ୱିତୀୟ ବୃହତ ବନ୍ଦର ହେଲାଣୀ । ରାଜ୍ୟର ୪୫୦ କିଲୋମିଟରର ଲମ୍ବା ଉପକୂଳ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମବୀ ଉର୍ଜାଗଙ୍ଗା ଯୋଜନାରେ କେବଳ ଓଡିଶାରେ ୭୫୦ କିଲୋମିଟରର ଗ୍ୟାସ ପାଇପ ଲାଇନ୍ ବିଛା ଯାଉଛି । ଯାହାଦ୍ୱାରା ଅନୁଗୁଳ, ଝାରସୁଗୁଡା, ରାଉରକେଲା ଶିଳ୍ପାଚଂଳର ଇସ୍ପାତ ଶିଳ୍ପ ବିକାଶରେ ବଡ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାସହ ଦେଶରେ ୧୨ଟି ବାୟୋଫୁଏଲ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ଗୋଟିଏ ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି କେବଳ ଭାରତ ନୁହେଁ ବିଶ୍ୱର ମାଇନ୍, ମିନେରାଲ କ୍ଷେତ୍ରରେ ଉତ୍ପାଦନ ଓ ଜ୍ଞାନର କେନ୍ଦ୍ର
ଓଡିଶା ହେବାକୁ ଯାଉଛି ।