୧୨ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ହଟିବ ବ୍ଲକ ଗ୍ରାଂଟ୍

1

ଭୁବନେଶ୍ୱର: ଶନିବାର ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବରେ ଲାଗିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ୍‌ ବୈଠକରେ ୩୦୭ଟି ଗାଁରେ ଶୁଦ୍ଧ ପାଣି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ଏ ବାବଦରେ ଆବେଦନ ହୋଇଥିବା ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗରେ ନୂଆ ନିଯୁକ୍ତି ଉପରେ କ୍ୟାବିନେଟ୍‌ ମୋହର ଲଗାଇଛି। ଏନଏସି ମୁନିସିପାଲଟିରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକୁ ଟିକେଟ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହ କେନ୍ଦ୍ରାପଡା, ଅନୁଗୁଳ, ଝାରସୁଗୁଡା ଆଦି ଜିଲ୍ଲାରେ ପାନୀୟ ଜଳ ପାଇଁ ୪୩୨ କୋଟି ଖର୍ଚ୍ଚ ହେବ ବୋଲି କ୍ୟାବିନେଟରେ ନିଷ୍ପତି ହୋଇଛି । ଏହା ଦ୍ୱାରା ୩୦୭ଟି ଗାଁର ୩.୫୩ ଲକ୍ଷ ଲୋକ ଉପକୃତ ହେବେ। ୨୪ ମାସ ଭିତରେ ପ୍ରକଳ୍ପ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ  ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦରେ ୩୬୯ କୋଟି ବ୍ୟୟରେ ସ୍ପିଲୱେ ନିର୍ମାଣ ହେବ ବୋଲି କ୍ୟାବିନେଟରେ ଜଣାପଡିଛି ।

ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କ ପକ୍ଷରୁ ବ୍ଲକ ଗ୍ରାଂଟ ଉଠାଇବା ଦାବି ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏବା ସହ ଗ୍ରାଂଟ୍ ଇନ୍ ଏଡରେ ୨୦୧୮ ଜାନୁଆରୀରୁ ବର୍ଧିତ ଦରମା ଲାଗୁ କରାଯିବ ବୋଲି ସରକାର କହିଛନ୍ତି । ଏହି ପ୍ରକ୍ରିୟାରେ ରାଜ୍ୟରେ ଥିବା ୧୪୯୯ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୧୫,୭୩୮ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here