You are here
Home > Breaking News > ଓଡ଼ିଶାରେ ଆନ୍ଧ୍ର ମାଛ ନିଷେଦ୍ଧ ପାଇଁ ଦାବି……

ଓଡ଼ିଶାରେ ଆନ୍ଧ୍ର ମାଛ ନିଷେଦ୍ଧ ପାଇଁ ଦାବି……

ଭୁବନେଶ୍ୱର: ଆନ୍ଧ୍ରରୁ ଆସୁଥିବା ମାଛକୁ ସତେଜ ରଖିବା ପାଇଁ କେମିକାଲ ବ୍ୟବହାର ହେଉଛି ଏବଂ ଏହି କେମିକାଲ ଦ୍ୱାରା କର୍କଟ ରୋଗ ହୋଇଥାଏ ବୋଲି ଅଭିଯୋଗ ଆସିଛି । ଏହି କାରଣ ପାଇଁ ଆସାମ ସରକାର ଆନ୍ଧ୍ର ମାଛକୁ ତାଙ୍କ ରାଜ୍ୟରେ ନିସିଦ୍ଧ କରିଥିବାରୁ ଓଡ଼ିଶା ପାଇଁ ଏହି ଦାବି ଜୋର ହୋଇଛି । କାରଣ ଓଡ଼ିଶା ମାଛ ମାର୍କେଟକୁ ମୁଖ୍ୟତ ଆନ୍ଧ୍ର ହିଁ କବଜା କରିଛି । ମାସିକ ପ୍ରାୟ ଏକ ଲକ୍ଷ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଛ ଓଡ଼ିଶା ଆସୁଥିବା କୁହାଯାଉଛି । ଏହି ମାଛ ଚାଲାଣକୁ ଓ ଆମଦାନୀକୁ ବନ୍ଦ କରିବା ପାଇଁ ଦାବି ଉଠିଛି । ଏହା ଉପରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆସାମ ସରକାର ଆନ୍ଧ୍ର ମାଛର ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଏଥିରେ ଫର୍ମାଲିନ୍ ନାମକ ଏକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଛି । ଏଥିରେ ମାଛକୁ ଅଧିକ ଦିନ ସତେଜ କରି ରଖିବା ପାଇଁ ଏହି କେମିକାଲ୍ ବ୍ୟବହାର କରାଯାଉଛି । ଏହି କେମିକାଲ୍ କର୍କଟ ରୋଗର କାରଣ ବୋଲି ମଧ୍ୟ ଜଣାପଡ଼ିଛି । ଏଣୁ ଆସାମ ସରକାର ଆନ୍ଧ୍ରରୁ ଆସୁଥିବା ମାଛ ଉପରେ କଟକଣା ଲଗାଇଛନ୍ତି । ରାଜ୍ୟକୁ ଯେପରି ଆନ୍ଧ୍ର ମାଛ ନଆସିବା ସେଥିପାଇଁ ନିସିଦ୍ଧ କରିଛନ୍ତି ।
ଏଣୁ ଓଡ଼ିଶା ବଜାରକୁ ପ୍ରାୟ ଆନ୍ଧ୍ର ମାଛ ବହୁଳ ଭାବରେ ଆସୁଥିବାରୁ ଆସାମ ଖବର ଜଣାପଡ଼ିଲା ପରେ ଏଠାରେ ମଧ୍ୟ ସମାନ ଦାବି ଉଠିଛି । ଏସଂପର୍କରେ ମାଛ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପଚରା ଯିବାରୁ ସେ କହିଲେ, ଏସଂପର୍କରେ କୌଣସି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇନାହିଁ । ଏସଂପର୍କରେ ବିଶେଷଜ୍ଞ ଟିମ୍ ଖୁବ ଶୀଘ୍ର ଗଠନ କରାଯିବ । ଆମେ ଏବେ ଏହାକୁ ପରୀକ୍ଷା ପାଇଁ ପଠାଇବୁ ରିପୋର୍ଟ ଆସିଲେ ସେଥିରେ ଯଦି କିଛି ଏଭଳି ରାସାୟନିକ ପଦାର୍ଥ ଦିଆଯାଉଥିବା ଓ ଏହାଦ୍ୱାରା ରୋଗ ହେବା ଜଣା ପଡ଼ିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଆମେ ଏହା ଉପରେ ଅନୁଧ୍ୟାନ କରିବୁ । ଏହାପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

Loading...
ONA

Leave a Reply

Top