You are here
Home > ଲାଟେଷ୍ଟ > ବସ ଚଳାଚଳ ସ୍ବଭାବିକ :ତିନି ମାସ ସମୟ ନେଲେ ସରକାର

ବସ ଚଳାଚଳ ସ୍ବଭାବିକ :ତିନି ମାସ ସମୟ ନେଲେ ସରକାର

ଭୁବନେଶ୍ବର :  ବସ ଧର୍ମଘଟ ପ୍ରତ୍ୟାହାର କରିବା ଲାଗି ଘୋଷଣା କଲା ଘରୋଇ ମାଲିକ ସଂଘ। ଆଜି ତୁହାକୁ ତୁହା ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ସରକାର ପ୍ରତିଶ୍ରୁତି ଦେଲେ। ଆଲୋଚନା ଅନୁସାରେ ସମସ୍ୟା ସମାଧାନ ଲାଗି ସରକାର ଏକ ହାଇଲେଭଲ କମିଟି ଗଠନ କରିବେ । ଏହି କମିଟି ୩ ମାସ ଭିତରେ  ସମସ୍ୟାର ସମାଧାନ ଦିଗରେ ପ୍ରସ୍ତବ ଦେବେ । ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ଏମିତି ଘୋଷଣା କଲେ ସରକାର । ଆଉ ସଂଘକୁ ସମସ୍ୟା ସମାଧାନ ହେବାର ମିଳିଲା ପ୍ରତିଶ୍ରୁତି। ଆଉ ସଂଧ୍ୟାରେ ଧର୍ମଘଟ ପ୍ରତ୍ୟାହାର ଘୋଷଣା କରିଥିଲା ସଂଘ।

ନାଇଁ ନାଇଁ କରି ମାଲିକ ସଂଘ ଧର୍ମଘଟ ପ୍ରତ୍ୟାହାର କରିଛି। ତେବେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଗଡ଼ି ନଥିବା । ସକାଳ ୬ରୁ ସଂଧ୍ୟା ୫ଟା ୧୧ ଘଣ୍ଟା ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ।  ଷ୍ଟ୍ରାଇକ୍ ବାବଦରେ ଜାଣି ନଥିବା ଲୋକେ, ବସ୍‌ ଷ୍ଟାଣ୍ଡରେ ରାସ୍ତାରେ ଅଟକିଗଲେ । କାନମୁଣ୍ଡ ଆଉଁସି ଟଙ୍କାଟେ ଜାଗାରେ ୫ ଟଙ୍କା ଦେଲେ । ତା ସହିତ ସରକାରଙ୍କ ଦମ୍ ବି ଜାଣିଗଲେ ।

Loading...
ONA

Leave a Reply

Top