୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

1

ଭୁବନେଶ୍ୱର: ଆସନ୍ତା ୧୯ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାସ ଶେଷ ବେଳକୁ କଳା ଓ ବାଣିଜ୍ୟ ରେଜଲ୍ଟ ବାହାରିବ । ଚଳତ ବର୍ଷ ମୋଟ ସାଢ଼େ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖରେ ସରିଥିଲା । ତେବେ ପରୀକ୍ଷା ଖାତା ଦେଖାରେ ସାମାନ୍ୟ ବିଳମ୍ବ ହେତୁ ଗତବର୍ଷ ତୁଳନାରେ ସପ୍ତାହେ ବିଳମ୍ବରେ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପରୀକ୍ଷା ଖାତାଗୁଡ଼ିକର ଇ ମୂଲ୍ୟାୟନ ହୋଇଛି ।

ପରୀକ୍ଷାର୍ଥୀମାନେ ଅଫିସିଆଲ    ଉବସାଇଟ​‌chseodisha.nic.in. ରେଜଲ୍ଟ ଦେଖିପାରିବେ। ଏହାସହ orissaresults.nic.in.ରେ ମଧ୍ୟ  ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ।  ପରିୀକ୍ଷାଥୟୀ  ନିଜର  ରୋଲ  ନମ୍ବର  ରେଜି​‌େ​‌;ଷ୍ଟ୍ରସନ ନମ୍ବର   ଟାଇ ପପ କରି ରେଜଲ୍ଟ ଜାଣି ପାରିବେ।ଚଳିତ ବର୍ଷ   ଯୁକ୍ତ   ଦୁଇ ବର୍ଗରେ   ୩ ଲକ୍ଷ  ୬୫ ହଜାର ୮୨୬  ପରୀକ୍ଷାର୍ଥୀ ରହିଥିବାବେଳେ  ବିଜ୍ଞାନ ବିଭାଗରେ   ୯୬ ହଜାରରୁ ଉଧ୍ବ  ଛାତ୍ର ଛାତ୍ରୀ    ବିଜ୍ଞାନ ବିଭାଗରେ  ପରୀକ୍ଷା ଦେଇଛନ୍ତି।

ଅଧ୍ୟାପକଙ୍କ ବିରୋଧ  ,ଧର୍ମଘଟ ମଧ୍ୟରେ    ସରିଥିବା ଯୁକ୍ତଦୁଇ ମୁଲ୍ୟାୟନ କୁ ନେଇ  ଦ୍ବନ୍ଦରେ  ପରିକ୍ଷାର୍ଥୀ।କଳା ଓ ବାଣିଜ୍ୟ ରେଜଲ୍ଟ ମାସ ଶେଷ ବେଳକୁ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ଚଳିତବର୍ଷ ୧୫୦୪ଟି କଲେଜରେ  ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ରେଜଲ୍ଟ ପରେ   ପରେ ଛାତ୍ର ଛାତ୍ରୀ ମାନେ   ମାନେ    ସମ୍ମୁଖୀନ ହେଉଥିବା  ସମସ୍ୟା ସମାଧାନ ଦିଗରେ ସିଏଚଏସଇ   କତ୍ତୃପକ୍ଷ    ସମାଧାନ କରିବା ନେଇ  ମତ ରଖିଛନ୍ତି ଶିକ୍ଷାବିତ। ୧୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ କରାଯାଇଥିଲା।  ତେ​‌ ବେ  ଚଳିତ ବର୍ଷ ଯୁକ୍ତ  ଦୁଇ ପାସ ହାର  କମିବ ନା ବଢିବ ତାକୁ ନେଇ  ଦ୍ବନ୍ଦ।

LEAVE A REPLY

Please enter your comment!
Please enter your name here