ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିବ :  ଓଏମଆର୍ ସିଟ୍ ବଦଳରେ ପ୍ରଶ୍ନପତ୍ରରେ ୧୦ ମାର୍କର ୫ ପ୍ରଶ୍ନ ରହିବ

0
1

ଭୁବନେଶ୍ୱର  : ମାଟ୍ରିକ ପରୀକ୍ଷା ଢାଞ୍ଚା ପୁଣି ଥରେ ବଦଳିବ । ଛାତ୍ରଛାତ୍ରୀମାନେ ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଢାଞ୍ଚାରେ ପରୀକ୍ଷା ଦେବେ । ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ଓଏମଆର୍ ସିଟ୍ ବଦଳରେ ପ୍ରଶ୍ନପତ୍ରରେ ୧୦ ମାର୍କ ଲେଖାଏଁ ୫ ପ୍ରକାରର ପ୍ରଶ୍ନ ରଖିବାକୁ ଯୋଜନା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ରଙ୍କ କହିବାନୁଯାୟୀ, ଏହି ନୂଆ ଢାଞ୍ଚାକୁ ଚୂଡାନ୍ତ ରୂପରେଖ ଦେବାକୁ ଏକ କମିଟି ଗଠନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ଜାହାନ୍ ଆରା ବେଗମଙ୍କ ନେତୃତ୍ୱରେ କମିଟି ଗଢାଯିବା ସହ ଏଥିରେ ୬ରୁ ୭ ଜଣ ସଦସ୍ୟ ରହିବେ। ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଜଣେ କିମ୍ବା ୨ ଜଣ ଡିଇଓ ଓ ୩ ଜଣ ଶିକ୍ଷାବିତ୍ ଏହି କମିଟିରେ ରହିବେ । ମାସକ ମଧ୍ୟରେ ଏହି କମିଟି ରିପୋର୍ଟ ଦେଲା ପରେ ରାଜ୍ୟ ସରକାର ଏ ସଂକ୍ରାନ୍ତ ବିଧିବଧ ଭାବେ ନିର୍ଦ୍ଦେଶନାମା ଜାରି କରିବେ।

 

LEAVE A REPLY

Please enter your comment!
Please enter your name here