ଓଡିଶାକୁ ବାତ୍ୟା ସହାୟତା ମିଳିବ ବୋଲି ଟ୍ୱଇଟ କରି ଜଣାଇଲେ ଧର୍ମେନ୍ଦ୍ର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ର ସରକାର ଆନ୍ଧ୍ର ସମେତ ଅନ୍ୟାନ ରାଜ୍ୟକୁ ସହାୟତା ଦେଇଥିବାବେଳେ ଓଡିଶାର ତିତିଲି କ୍ଷତିଗ୍ରସ୍ତ ପାଇଁ କୌଣସି ସହାୟତା ନ ଦେବା ନେଇ ସମାଲୋଚନା ଉଠିଥିଲା | ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱଇଟ କରି ଜଣାଇଛନ୍ତି ଯେ ଓଡିଶାକୁ କେନ୍ଦ୍ର ନିରାଶ କରିବା ନାହିଁ | ଖୁବ ଶୀଘ୍ର ଓଡିଶାକୁ ଅତିରିକ୍ତ ସହାୟତା ମିଳିବ | ଓଡିଶା ସରକାରଙ୍କ ପକ୍ଷରୁ ଯେଉଁ ସ୍ମାରକ ପତ୍ର କ୍ଷୟକ୍ଷତି ନେଇ ଦିଆଯାଇଛି ତାହା ଉପରେ ସକାରାତ୍ମକ ନିଆଯାଇଛି | ଅନେଇ ଉଭୟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ସ୍ବରାଷ୍ଟ୍ର ସଚିବ ରାଜୀବ ଗାଉବା ପ୍ରତିଶୃତି ଦେଇଛନ୍ତି | ଓଡିଶାକୁ ଜାତୀୟ ବିପର୍ଯ୍ୟ ପାଣ୍ଠି ରୁ ଏହି ଅତିରିକ୍ତ ସହାୟତା ମିଳିବ | ଓଡିଶା ର ଅନୁରୋଧକୁ ବିଚାରକୁ ନିଆଯାଇଛି | ସ୍ବରାଷ୍ଟ୍ର ମନ୍ତ୍ରୀ ରଜନାଥଙ୍କ ଅଧକ୍ଷାତ ରେ ବସିଥିବା ଉଚସ୍ତରୀୟ କମିଟିରେ ଆଲୋଚନା କରାଯାଇ ନିଷ୍ପତି ନିଆ ଯାଇସାରିଛି | ଓଡିଶାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଦିଆଯିବା ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here