ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ % ବୃଦ୍ଧି

1

ଭୁବନେଶ୍ୱର: ବଢିଲା ଡ଼ିଏ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି କରିଛନ୍ତି ଓଡ଼ିଶା ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଏବେ ଖୁସ୍ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁୟାରୀ ପହିଲାରୁ ଲାଗୁ ହେବ ବୋଲି ସ୍ଥିର ହୋଇଛି ।

ଏହି ୨% ମହଙ୍ଗା ଭତ୍ତା ବୃଦ୍ଧି ପରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ରୁ ୭% କୁ ବଢିଲା । ସଂଶୋଧିତ ପେନସନଭୋଗୀଙ୍କ ଟିଆଇ ୨% ବୃଦ୍ଧି ଘଟିଛି । ଏବେ ଅଣ ସଂଶୋଧିତ ପେନସନଭୋଗୀଙ୍କ ଟିଆଇ ୩%କୁ ବର୍ଦ୍ଧିତ ହୋଇଛି ।

LEAVE A REPLY

Please enter your comment!
Please enter your name here