You are here
Home > ଗସିପ ଖବର > ବାଟ ହୁଡ଼ିଲେ ସିଏସ୍!

ବାଟ ହୁଡ଼ିଲେ ସିଏସ୍!

ଲୋକାୟୁକ୍ତ ଆଇନ ଓଡ଼ିଶାରେ ୨୦୧୫ ଜାନୁୟାରୀ ୧୬ତାରିଖରୁ କାର୍ଯ୍ୟକାରୀ ହେଉଛି ବୋଲି ସୁି୍ରମକୋର୍ଟରେ ଓଡ଼ିଶା ସରକାର ଦାଖଲ କରିଥିବା ସତ୍ୟପାଠକୁ ନେଇ ଚର୍ଚ୍ଚା । ସତରେ କ’ଣ ସୁି୍ରମକୋର୍ଟରେ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ବିଧାନସଭାକୁ ମିଛ କହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି । କିନ୍ତୁ ଚର୍ଚ୍ଚା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିଥିବା ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ୱଭାବ ହେଉଛି ସେ କୁଆଡ଼େ ହଲିଲା ପାଣିରେ ଗୋଡ଼ ମାରନ୍ତି ନାହିଁ । କିନ୍ତୁ ଲୋକାୟୁକ୍ତ ପ୍ରସଙ୍ଗରେ ସେ ଫସିଯାଇଛନ୍ତି । ଉପରୁ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ମୁଖ୍ୟ ସଚିବ କୁଆଡ଼େ ଏଭଳି ବାଟ ହୁଡ଼ିଛନ୍ତି । ଆଉ ବିଧାନସଭାରେ ସେହି ତ୍ରୁଟିକୁ ନରସିଂହ ଉଜାଗର କରିଛନ୍ତି । ରାଜ୍ୟ ସରକାର ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବା ପ୍ରସଙ୍ଗରେ କୌଣସି ବିଜ୍ଞପ୍ତି ପ୍ରକାଶ କରିନଥିବାବେଳେ କିଭଳି ଏପରି କଥା ହାତ କାଟି ଲେଖିଦେଲେ ତାକୁ ନେଇ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି, ମୁଖ୍ୟ ସଚିବ କୁଆଡ଼େ କେବଳ ଏହି ସତ୍ୟପାଠରେ ଦସ୍ତଖତ କରିଛନ୍ତି । କିନ୍ତୁ ସେହି ସତ୍ୟପାଠକୁ ପ୍ରସ୍ତୁତ କରିବା ଦାୟିତ୍ୱ କୁଆଡ଼େ ଦିଲ୍ଲୀର ଜଣେ ଆଡ୍ଭୋକେଟ୍ ନେଇଥିଲେ । ଯିଏକି ତାମିଲନାଡୁ ସରକାରଙ୍କ ପକ୍ଷରୁ ମଧ୍ୟ ସୁି୍ରମକୋର୍ଟରେ ଓକିଲ ଅଛନ୍ତି । କ୍ଷମତାକେନ୍ଦ୍ରରୁ ପାଇଥିବା ଫିଡ୍ବ୍ୟାକ୍ ଆଧାରରେ ସେ ଯେଉଁ ସତ୍ୟପାଠ ପ୍ରସ୍ତୁତ କଲେ ସେଥିରେ ଆଜ୍ଞାଧୀନ ଛାତ୍ର ଭଳି ମୁଖ୍ୟ ସଚିବ ଦସ୍ତଖତ କରିଛନ୍ତି । ତେଣୁ ପ୍ରଶାସନିକ କଳ ସହ ବିଚାରବିମର୍ଶ ନକରି ଏଭଳି ଏକଚାଟିଆ ସତ୍ୟପାଠ ପ୍ରସ୍ତୁତ କରିବା ଏବେ କୁଆଡ଼େ ଓଡ଼ିଶାକୁ ମହଙ୍ଗା ପଡ଼ିଛି । ଆଉ ଦୋଷ ନଥାଇ ମଧ୍ୟ ମୁଖ୍ୟ ସଚିବ ଚାକିରି କାଳର ଶେଷ ପର୍ଯ୍ୟାୟରେ ବାଟ ହୁଡ଼ିଥିବା ଚର୍ଚ୍ଚା ।

Loading...
ONA

Leave a Reply

Top