You are here
Home > ଗସିପ ଖବର > କଂଗ୍ରେସରେ ଚକ୍ରାନ୍ତ

କଂଗ୍ରେସରେ ଚକ୍ରାନ୍ତ

ପିସିସିର ନୂଆ ମୁଖିଆ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବାର ସପ୍ତାହେ ନପୂରୁଣୁ କୁଆଡ଼େ ତାଙ୍କୁ ହଟାଇବାକୁ ଚକ୍ରାନ୍ତ ଆରମ୍ଭ ହେଲାଣି । ଆଉ ଏହାର ଦାୟିତ୍ୱ କୁଆଡ଼େ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନେଇଛନ୍ତି । ଯଦିଓ ନିରଞ୍ଜନଙ୍କୁ ଦାୟିତ୍ୱ ମିଳିବା ଦିନ ସେହି ଚକ୍ରାନ୍ତକାରୀ ନେତାଙ୍କୁ ବି ନୂଆ ସାଂଗଠନିକ ଦାୟିତ୍ୱ ମିଳିଥିଲା । ଚର୍ଚ୍ଚା ହେଉଛି, ଏହି ନେତାଜଣକ କୁଆଡ଼େ ନିଜର ଇସ୍ତଫା ପତ୍ର ହାଇକମାଣ୍ଡଙ୍କ ନିକଟକୁ ପଠାଇଛନ୍ତି । ନିରଞ୍ଜନଙ୍କୁ ବିରୋଧ କରି ଅନ୍ୟ ଜଣେ ବରିଷ୍ଠ ନେତା(ଯିଏକି ଦଳର ମୁଖପାତ୍ର ଦାୟିତ୍ୱ ତୁଲାନ୍ତି) ସେ ବି ଇସ୍ତଫା ଦେଇଛନ୍ତି । ଅବଶ୍ୟ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣୀୟ ହୋଇଛି କି ନାହିଁ ତାହା ଜଣାପଡ଼ିନି, କିନ୍ତୁ ନିରଞ୍ଜନ ଘରେ ନପଶୁଣୁ ତାଙ୍କ ମୁଣ୍ଡରେ ଚାଳ ବାଜିବା ଓ ତାଙ୍କ ବିରୋଧରେ ଚକ୍ରାନ୍ତକାରୀ ନିଜେ ଚକ୍ରାନ୍ତ କରିବା ପୁଣିଥରେ ରାଜ୍ୟ କଂଗ୍ରେସକୁ ଅସ୍ଥିର କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ନିରଞ୍ଜନ ଓ ତାଙ୍କ ଟିମ୍କୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପରିବର୍ତନ କରାଯିବ ନାହିଁ ବୋଲି କଂଗ୍ରେସ ହାଇକମାଣ୍ଡ ଆଶ୍ୱସ୍ତ କରିଥିଲେ ମଧ୍ୟ ଚକ୍ରାନ୍ତକାରୀ ଯେଭଳି ପ୍ରଥମଦିନରୁ ଷଡ଼ଯନ୍ତ୍ର ରଚିଲେଣି ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଶୁଣିବାକୁ ମିଳୁଛି, ଖୁବଶୀଘ୍ର ଏହି ଚକ୍ରାନ୍ତକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁଆଡ଼େ ପିସିସି ପକ୍ଷରୁ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ୨୦୦୯ ମସିହାରୁ ରାଜ୍ୟରେ କଂଗ୍ରେସକୁ ଅସ୍ଥିର କରି ରଖିବା ପଛରେ କୁଆଡ଼େ ଏହି ଚକ୍ରାନ୍ତକାରୀଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି । ଦଳର ବୃହତ୍ ଗୋଷ୍ଠୀ ଏବେ ନିରଞ୍ଜନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଉଦ୍ୟମ କରୁଥିବାବେଳେ ଚକ୍ରାନ୍ତକାରୀ ନେତାଙ୍କ ଗୋଟିଚାଳନା ପିସିସିକୁ ପୁଣିଥରେ ଅସ୍ଥିର କରି ।ରେ ବୋଲି ଚର୍ଚ୍ଚା ।

Loading...
ONA

Leave a Reply

Top