କ୍ଷମା ଦିଅ ଜଗନ୍ନାଥ

0
1

-ସିଂହ ଦ୍ୱାର ସମ୍ମୁଖରେ ଆଣ୍ଠୁମାଡି, କାନଧରି କ୍ଷମା ଗାଡିଲେ ପପୁ
ପୁରୀ: ଶ୍ରୀଜଗନ୍ନାଥ ଓ ତୁଳସୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ପାଇଁ କମେଡୀ କିଙ୍ଗକୁ ବେଶ ହିନସ୍ତା ହେବାକୁ ପଡିଛି । ବିରୋଧ ଠାରୁ ଆରମ୍ଭକରି କାଳିମାଡ ଓ ଟମାଟୋ ଫିଙ୍ଗା ପପୁଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଶେଷରେ ସିଂହଦ୍ୱାର ସମ୍ମୁଖରେ କାନ ଧରି କ୍ଷମା ମାଗିଲେ କମେଡି କିଙ୍ଗ ପପୁ ପମ୍ ପମ୍ ଓରଫ୍ ତତ୍ୱ ପ୍ରକାଶ ଶତପଥୀ । ବଡପଣରେ ମୋତେ କ୍ଷମା କରିଦିଅ । ଜଗତର ନାଥ ଜଗନ୍ନାଥଙ୍କ ଆଗାରେ ଛାତି ଫୁଲାଇ କହିବାର ସତସାହସ କାହାର ନାହିଁ, ଓଡ଼ିଆ ଲୋକଙ୍କର ପରିଚୟ ଜଗନ୍ନାଥ ।  ଯେତେବେଳେ ଯେଉଁ ପ୍ରୋଗ୍ରାମକୁ ଯାଏ , ଜୟ ଜଗନ୍ନାଥ ବୋଲି କହିଥାଏ । ଜଗନ୍ନାଥଙ୍କ ମହିମା ବଖାଣିବା ପାଇଁ କହିଥିଲି, ମୋର ଭୁଲ ହୋଇଛି, ସେଥିପାଇଁ ଜଗନ୍ନାଥଙ୍କ ସମ୍ମୁଖରେ ଆଣ୍ଠୁ ମାଡି, କାନଧାରି ଭୁଲ ମାଗିଛି । ଅତ୍ୟନ୍ତ ବିନମ୍ରତାର ସହ କ୍ଷମା ମାଗୁଛି । ଜଗନ୍ନାଥ କ୍ଷମାମୟ, ସେ କ୍ଷମା କରିଦେବେ । ଜଗନ୍ନାଥ ଚେତନାର ଲୋକଙ୍କ ମନରେ ଯଦି କଷ୍ଟ ଦେଇଛି , ତେବେ ମୋତେ ବଡ ପଣରେ କ୍ଷମା କରିଦେବେ ବୋଲି କହିଛନ୍ତି ପପୁ । ଗୁରୁବାର ବିଳମ୍ବିତ ରାତିରେ ପପୁ ସିଂହଦ୍ୱାର ନିକଟକୁ ଯାଇ ଆଣ୍ଠୁମାଡି କ୍ଷମା ମାଗିଛନ୍ତି । ସେତେବେଳେ ମନ୍ଦିର ବନ୍ଦ ରହିଥିଲା । ଜଗନ୍ନାଥ କ୍ଷମାଦେବା ସହ ସବୁ ଜଗନ୍ନାଥ ପ୍ରୋମୀ ତାଙ୍କୁ କ୍ଷମା ଦେବେ ବୋଲି ପପୁ ଆଶା ବ୍ୟକ୍ତ କରିଛନ୍ତି ।
    ଘଟଣା କ୍ରମରେ ବେଳାଭୂମି ମହୋତ୍ସବ ମଞ୍ଚରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଆକ୍ଷେପ କରି ବିବାଦକୁ ଟାଣିହୋଇ ଆସିଥିଲେ ହାସ୍ୟ ଅଭିନେତା ଅଭିନେତା ପପୁ ପମପମ୍ । ଗତ ରବିବାର ବେଳାଭୂମି ମହୋତ୍ସବ ଉଦଯାପନୀ ସନ୍ଧ୍ୟାରେ ପପୁ କହିଥିଲେ ୨୪ଘଣ୍ଟା ହରିନାମ ଜପ କରୁଥିବା ଏବଂ ଜୟ ଜଗନ୍ନାଥ ବୋଲି କହୁଥିବା ଲୋକେ ଆର ଜନ୍ମରେ କୁକୁର ହେବେ । ଏହାଛଡା କୁକୁର ମୁତୁଥିବା ତୁଳସୀ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଉଥିବା କହିବାରୁ ସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ମଞ୍ଚ ଉପରେ ପପୁ ୧୦ ହଜାର ଦର୍ଶକଙ୍କ ସାମ୍ନାରେ ଭୁଲ ମାଗିଥିଲେ । ତଥାପି ଜନତାଙ୍କ ଆକ୍ରୋସ ଥମି ନଥିଲା । ପୁରୀରେ ଜଗନ୍ନାଥ ସେନା ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ପପୁ ସିଂହଦ୍ୱାର ସମ୍ମୁଖକୁ ଆସି ଶ୍ରୀଜଗନ୍ନାଥଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲା ଜଗନ୍ନାଥ ସେନା । ଏହା ସହ ସମୁଦ୍ରକୂଳ ଥାନାରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କ କୁଷ ପୁତ୍ତଳିକା ଦାହ କରାଯାଇଥିଲା ଏବଂ ମହୋଦଧିରେ ପପୁଙ୍କ ଚିତାଭଷ୍ମ ପକାଯାଇଥିଲା ।  
    ଗଣମାଧ୍ୟମ ସାମ୍ନାରେ ନିଜର ଦୋଷ ସ୍ୱୀକାର କରିଥିଲେ ସୁଦ୍ଧା ଗୁରୁବାର ଅପରାହ୍ନରେ ହିନ୍ଦୁସେନା ପକ୍ଷରୁ ତାଙ୍କ ବରମୁଣ୍ଡା ସ୍ଥିତ ବାସଭବନ ଉପରେ ଟମାଟୋ ମାଡ଼ କରାଯାଇଥିଲା । ସେନାର ୧୦ରୁ ଅଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଯାଇ ତାଙ୍କ ବାସଭବନ ଉପରକୁ ଟମାଟୋ ଫିଙ୍ଗିଥିଲେ । ତେବେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଦସ୍ୟମାନଙ୍କୁ ବାରଣ କରିଥିଲା ।
    ସେହିପରି ଗତ ବୁଧବାର ଲୁଲୁ ସେନାର କର୍ମୀମାନେ ରାଜଧାନୀରେ ସୁଟିଂ ସେଟରୁ ଫେରୁଥିବା ବେଳେ ପପୁଙ୍କ ଉପରକୁ କାଳି ଫିଙ୍ଗିଥିଲେ । ଏପରିକି ସେ କାନ ଧରି ଭୁଲ ମାଗିଥିଲେ ମଧ୍ୟ ଲୁଲୁସେନାର ସଦସ୍ୟମାନେ ତାଙ୍କୁ ବଡ଼ଦାଣ୍ଡକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଭୁଲ ମାଗିବା ଲାଗି ଦାବି କରିଥିଲେ । ନଚେତ ଏହା ଆଗକୁ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here