You are here
Home > ଲାଟେଷ୍ଟ > ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲ କ୍ୟାଡରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲ କ୍ୟାଡରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର : ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଓଦମନରେ ସଫଳତା ପାଇଁ ଓଡିଶା ପୋଲିସକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ପ୍ରଶଂସା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଟୁଇଟ୍  କରି ନବୀନ ଲେଖିଛନ୍ତି ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ଅସ୍ତ୍ର ଛାଡି ଫେରିଆସ ।

ଡିଶାରେ ମାଓଦମନ ଅଭିଯାନର ସଫଳତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ମୋତେ ଫୋନ କରି ଓଡିଶା ପୋଲିସର କାମକୁ ପ୍ରଶଂସା କରିଛନ୍ତି ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମୁଁ ଆହ୍ବାନ କରୁଛି । ଇଏ ହେଉଛି ଲାଲ କ୍ୟାଡରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଗୋଟିଏ ପଟେ ମାଓ ଦମନ ଅଭିଯାନ ଜୋରସୋର ଚାଲିଛି । ମାଓ ଅଧ୍ୟୁଷିତ ଇଲାକାରେ କୁମ୍ବିଂ ଅପରେସନରେ ଯବାନଙ୍କୁ ସଫଳତା ମିଳୁଛି । ଭୁଶୁଡିବାରେ ଲାଗିଛି ଆଉ ଲାଲ ଗଡ । ବହୁ ଆଦିବାସୀ ଯୁବକ ଯେଉଁମାନେ ବ୍ୟବସ୍ଥା ବିରୋଧରେ ଅସ୍ତ୍ର ଉଠାଇଛନ୍ତି, ସେମାନଙ୍କୁ  ଅସ୍ତ୍ର ତ୍ୟାଗ କରି ଫେରି ଆସିବାକୁ ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଶ୍ବେତପତ୍ର ଅନୁଯାୟୀ ରାଜ୍ୟର ୮ଜିଲ୍ଲା ଅତ୍ୟଧିକ ମାଓ ପ୍ରବଣ ଏବଂ ଅନ୍ୟ ୮ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

କେତେବେଳେ ଲାଲ ହିଂସାରେ ଭୟର ବାତାବରଣ ଖେଳିଯାଉଛି । କେତେବେଳେ ପୋଲିସର କୁମ୍ବିଂ ଅପରେସନ ଟଳି ପଡୁଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ମାଲକାନଗିରି ମାଥିଲି ତେମୁରୁପାଲ୍ଲି ଗାଁର ଜଣଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ତେମୁରୁପାଲ୍ଲି ଗାଁରେ ପହଞ୍ଚି ଜଗଦୀଶଙ୍କୁ ସଭାରେ ଯୋଗ ଦେବାଲାଗି ଘରୁ ଡାକିନେଇଥିଲେ । ତେବେ ଗାଁ ମୁଣ୍ଡ ଜଙ୍ଗଲରେ ପହଞ୍ଚିଲା ପରେ ତାଙ୍କୁ ପୋଲିସ ଇନଫରମର ସନ୍ଦେହରେ ମୁଣ୍ଡରେ ଗୁଳି ମାରି ଦେଇଥିଲେ । ଘଟଣାସ୍ଥଳରେ ଏକ ଚିଠି ଛାଡି ଯାଇଥିଲେ । ମାଓବାଦୀଙ୍କ ଦରଭା ସଂଗଠନ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା ଚିଠିରେ ଲେଖା ରହିଛି । ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖା ଦେଇଛି । ସେପଟେ ମାଲକାନଗିରି-ଛତିଶଗଡ ସୀମା ବିଜାପୁରରେ ଦେଖିବାକୁ ମିଳିଛି ଲାଲ୍ ହିଂସା । ଦିନ ଦ୍ବିପହରେ ଶିବଶକ୍ତି କନଷ୍ଟ୍ରକସନ ସୁପରଭାଇଜର ବାଟୋଇ ପାଲଙ୍କୁ ହତ୍ୟା କରିଛନ୍ତି । ଏହାସହ ୨ଟି ମିକ୍ସର ମେସିନ, ଗୋଟିଏ ଟ୍ରକ ଓ ଗୋଟିଏ ବୋଲେରୋ ଗାଡି ପୋଡି ଦେଇଛନ୍ତି । ମାଓ ଅଂଚଳରେ ରାସ୍ତା କାମକୁ ବିରୋଧ କରି ୧୦ ରୁ ୧୫ ମାଓବାଦୀ ଠିକା କ୍ୟାମ୍ପକୁ ଆସି ବର୍ବର କାଣ୍ଡ ଭିଆଇଛନ୍ତି ।

ଗତ ସପ୍ତାହରେ କନ୍ଧମାଳ ଏବଂ ବଲାଙ୍ଗିରରେ ପୋଲିସ ଏନକାଉଣ୍ଟରରେ ୭ମାଓବାଦୀ ଟଳି ପଡିଥିଲେ । ଦୁଇ ଦିନ ଧରି ଚାଲିଥିଲା ଗୁଳି ବିନିମୟ । ମାଓ ଦମନ ଅପରେସନକୁ ଆହୁରି ଅଧିକ ସଫଳ କରିବା ପାଇଁ ଆନ୍ଧ୍ର ଏବଂ ଓଡିଶା ପୋଲିସ ଡିଜିପି ସ୍ତରୀୟ ସମନ୍ବୟ ବୈଠକ ହୋଇଛି । ଗୁଇନ୍ଦା ସୂଚନା ଆଦାନପ୍ରଦାନ ସହ ମିଳିତ ଅପରେସନ ଉପରେ ଜୋର ଦିଆଯାଉଛି । ଗୁଇନ୍ଦା ନେଟୱର୍କକୁ ଶକ୍ତିଶାଳୀ କରିବାକୁ ରଣନୀତି ତିଆରି ହେଉଥିବା ପୋଲିସ ଡିଜି କରିଛନ୍ତି । ମାଓ ଦମନ ଅପରେସନ ସହ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚାଲିଛି ଚେଷ୍ଟା । ଗତବର୍ଷ ୩୫ଜଣ କ୍ୟାଡରଙ୍କୁ ଗିରଫ କରାଯାଇଥିବା ବେଳେ, ୨୬ଜଣ ଆତ୍ମସମର୍ଣ କରିଥିବା ଏହାର ବଡ ଉଦାହରଣ ।

Loading...
ONA

Leave a Reply

Top