ଚତୁର୍ଥ ଦିନରେ“ମହିଳା ସୁରକ୍ଷା ଯାତ୍ରା”: ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’ କେବେ ହେବ କାର୍ଯ୍ୟକାରୀ ?-ସଂଗୀତା ସିଂହଦେଓ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର  : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗତ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ‘ମହିଳା ସୁରକ୍ଷା ଯାତ୍ରା’ ଆରମ୍ଭ ହୋଇଛି । ବଲାଙ୍ଗିର, କଳାହାଣ୍ଡି ଏବଂ ନବରଂଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟୀତ୍ୱରେ ଥିବା ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ବାହାରିଥିବା “ମହିଳା ସୁରକ୍ଷା ଯାତ୍ରା” ଆଜି ନବରଂଗପୁର ଜିଲ୍ଲା ପହଂଚିଛି ।
ଚତୁର୍ଥ ଦିନରେ ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ସକାଳୁ ମାଲଗାଁରେ ଆରମ୍ଭ ହୋଇ ନବରଂଗପୁର ଜିଲ୍ଲା କୁସୁମୀ, ଭେଡା, ରାଇଘର ଏବଂ ଉମରକୋଟଠାରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରିଥିଲେ । ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ଯଦି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି ତେବେ ଗାଦି ଛାଡନ୍ତୁ ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି ।
ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି । ରାଜ୍ୟରେ ନାରୀମାନେ ସୁରକ୍ଷିତ ନାହାଁନ୍ତି । ନବୀନ ସରକାର ଦୁଷ୍କର୍ମରେ ଶିକାର ହୋଇଥିବା ନାରୀଙ୍କୁ ନ୍ୟାୟଦେବାରେ ବିଫଳ ହୋଇଛନ୍ତି । ନାରୀମାନଙ୍କୁ ସମ୍ମାନ ଦେବା ଏବଂ ସୁରକ୍ଷା ଯୋଗାଇବା ପାଇଁ ବିଜେପି ଦୃଢ ପରିକର ଥିବା ସତ୍ୱେ ରାଜ୍ୟସରକାର ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛନ୍ତି । ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶାସକ ବିଜେଡିର ଛାମୁଆ ନେତାମାନେ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି ।
ରାଜ୍ୟରେ ଆଉ କେତେଦିନ ମହିଳାଙ୍କ ଉପରେ ଅତ୍ୟାଚାର ଚାଲିବ ? ମୁଖ୍ୟମନ୍ତ୍ରୀ ଆଉ କେତେ ବର୍ଷ ଶାସନ କଲେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିବେ ? ମହିଳାଙ୍କ ଅପରାଧରେ ଜଡିତ ଥିବା ଦୋଷୀ ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ କେବେ ଲାଗୁ ହେବ ବୋଲି ଶ୍ରୀମତି ସିଂହଦେଓ ପ୍ରଶ୍ନ ଉଠାଇଛନ୍ତି ।
ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

 ମୁଖ୍ୟମନ୍ତ୍ରୀ ଆଉ କେତେ ବର୍ଷ ଶାସନ କଲେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିବେ
 ନବୀନ ସରକାର ଦୁଷ୍କର୍ମରେ ଶିକାର ହୋଇଥିବା ନାରୀଙ୍କୁ ନ୍ୟାୟଦେବାରେ ବିଫଳ ହୋଇଛନ୍ତି
 ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ
ଚତୁର୍ଥ ଦିନରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ସୋର ରାଧାନାଥ ପଡିଆଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସୋରର ଅନ୍ତାଠାରେ, ଗୋପାଳପୁରରେ, ନୀଳଗିରିର ସନ୍ତରଗାଡିଆ ପଥପ୍ରାନ୍ତ ସଭା ଏବଂ ସଂଧ୍ୟାରେ ନୀଳଗିରି ଏନଏସି ଠାରେ ମହିଳାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ । ଶାସକ ବିଜେଡିର ମା’କୁ ସମ୍ମାନର ନାରା ପ୍ରହସନରେ ପରିଣତ ହୋଇଛି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି ।
ଚତୁର୍ଥ ଦିନରେ ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଏବଂ ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ସାଧାରଣ ସଭା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତା ଦେଇଥିଲେ ।
ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ । ଚାରିଆଡେ ରାବଣ , ଦୁଃଶାସନ ଭଳି ରାକ୍ଷସ ବୁଲି ନାରୀମାନଙ୍କର ଇଜ୍ଜତ ଲୁଟିବାରେ ସକ୍ରିୟ ଅଛନ୍ତି । ଗଳି ଗଳି ନିଶା ବଟିକା, କୋରେକ୍ସ , ମଦ ବିକ୍ରି ହେଉଛି । ନିଶାମୁକ୍ତ ସମାଜ ଗଠନ ହେଲେ ଏସବୁ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହା ବ୍ୟତୀତ ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here