ମେ ମାସରେ ହେବ ପୋଲାଭରମ ଶୁଣାଣି

ଭୁବନେଶ୍ୱର: ଆସନ୍ତା ମେ ମାସରେ ବହୁ ପ୍ରତୀକ୍ଷିତ ପୋଲାଭରମ ପ୍ରକଳ୍ପ ବିବାଦର ଶୁଣାଣୀ କରିବେ ସୁପ୍ରିମକୋର୍ଟ । ଆସନ୍ତା ମେ ମାସର ପ୍ରଥମ ସପ୍ତାହରେ ଏହି ଶୁଣାଣୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଗୋଦାବରୀ ନଦୀ ଉପରେ ଜଳସେଚନ ଲାଗି ଏହି ପୋଲାଭରମ ଜଳପ୍ରକଳ୍ପ ଯୋଜନା ନିର୍ମାଣାଧିନ ରହିଛି । ତେବେ ଏହି ପ୍ରକଳ୍ପର ନିର୍ମାଣକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି । ସୁପ୍ରିମକୋର୍ଟରେ ଏବେ ବିଚାରାଧିନ ରହିଛି ।

LEAVE A REPLY

Please enter your comment!
Please enter your name here