You are here
Home > ଲାଟେଷ୍ଟ > ଆଳୁ ଦର ବୃଦ୍ଧିକୁ ନେଇ କୃଷି ମନ୍ତ୍ରୀଙ୍କ ଅଜବ ଯୁକ୍ତି, ଦର ବଢିଲେ ଚାଷ ବଢିବ

ଆଳୁ ଦର ବୃଦ୍ଧିକୁ ନେଇ କୃଷି ମନ୍ତ୍ରୀଙ୍କ ଅଜବ ଯୁକ୍ତି, ଦର ବଢିଲେ ଚାଷ ବଢିବ

ଭୁବନେଶ୍ୱର : ଆସୁଥିଲା ସୁନା ଆଳୁଦର ବଢୁ । ଦର ବଢିଲେ ଆଳୁ ଚାଷୀ ଅଧିକ ପ୍ରତ୍ସାହିତ ହେବେ । ଅଧିକ ଆଳୁ ଚାଷ କରିବେ । ସରକାରଙ୍କ ଆଳୁ ମମିଶନ ସଫଳ ହେବ । ଆଳୁ ବଜାରରେ ନିଆଁ ଲାଗିଥିବାବେଳେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏପରି ମନ୍ତବ୍ୟ ଉଭ୍ୟ ଖାଉଟି ଓ ଆଳୁଚାଷୀଙ୍କ ମନରେ ନିଆଁ ଲଗାଇଛି । ଆଳୁ ଚାଷୀଙ୍କୁ ପ୍ରତ୍ସାହିତ କରିବା ଲାଗି ରାଜ୍ୟ ସରକାର ଆଳୁ ମିଶନ କରିଥିଲେ । ମିଶନ ମାଧ୍ୟମରେ ଚାଷୀଙ୍କ ଲାଗି ସବସିଡରେ ଭଲ ବିହନ ଯୋଗାଇଦେବା ସାଙ୍ଗକୁ ଆଳୁ ରଖିବା ଲାଗି ଶୀତଳ ଭଣ୍ଡାର ଓ ଉଚିତ ଦରରେ ବିକ୍ରି କରିବା ଲାଗି ବଜାର ସୁବିଧା ଦେବା କଥା ବି କହିଥିଲେ ସରକାର । ହେଲେ ଏସବୁ ଫେଲ ମାରିଛି । ପ୍ରୋତ୍ସାହନ ଅଭାବରୁ ଆଳୁ ଚାଷ ପାଇଁ ଚାଷୀ ଅମଙ୍ଗ। ୨୦୧୫ରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ଆଳୁ ମିଶନ୍ ଏବେ ବାଟବଣା। ତଥ୍ୟ କହୁଛି ଚାଷୀ ବିମୁଖ ହେବାରୁ ଏବର୍ଷ ୧୦ ପ୍ରତିଶତ ଆଳୁ ଉତ୍ପାଦନ କମିଛି। କିନ୍ତୁ ମନ୍ତ୍ରୀଙ୍କ ଅଜବ ଯୁକ୍ତି, ଏବର୍ଷର ଦରବୃଦ୍ଧି ଆସନ୍ତାବର୍ଷକୁ ଅଧିକ ଚାଷୀଙ୍କୁ ଆଳୁ ଚାଷ କରିବାକୁ ପ୍ରୋତ୍ସାହିତ କରିବ। ରାଜ୍ୟରେ ଆବଶ୍ୟକୀୟ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଯାହା ଅମଳ କରୁଛନ୍ତି ତାକୁ ଶାଗ ମାଛ ମୂଳରେ ବିକ୍ରି କରୁଛନ୍ତି । ଅଭାବି ବିକ୍ରିର ସାମ୍ମନା କରି କ୍ଷତି ସହୁଛନ୍ତି । ହେଲେଅମଳର କେଇ ମାସ ଯାଇନି ଆଳୁ ଦରକିଲୋ ପିଛା ୨୦ରେ ପହଁଚିଲାଣି । ଏହା ଏବେ ଖାଉଟିଙଅକୁ ଚିନ୍ତାରେ ପକାଇଛି । ହେଲେ ମନ୍ତ୍ରୀ ମହାଶୟ ସମସ୍ୟାର ଜଡକୁ ନଯାଇ ଏପରି ମନ୍ତବ୍ୟ ଦେବାକୁ ନେଇ ଖାଉଟିଙ୍କ ମନରେ ଅସନ୍ତୋସ ଦେଖାଦେଇଛି । କେବଳ କୃଷି ମନ୍ତ୍ରୀ ନୁହଁନ୍ତି ସମବାୟ ମନ୍ତ୍ରୀଙ୍କ ମନ୍ତବ୍ୟ ବି ଠିକ ସେହିପରି । ଆଗକୁ ଆଳୁଦର ବଢିବ ବୋଲି ଭବିଷ୍ୟ ବାଣି କରିଥିଲେ ସମବାୟ ଓ ଯୋଗାଣ ମନ୍ତ୍ରୀ ସୂଯ୍ୟ ନାରାୟଣ ପାତ୍ର । ଆଉ ତାଙ୍କ ଆକଳନ ସତ ବି ହୋଇଛି ଆଳୁ ଦର ବଡିଛି । ଏବେ କାଯ୍ୟାନୁଷ୍ଠାନ ନେବା ବଦଳରେ ଆଳୁ ଆମଦାନି କମ କଥା କହି ଏଡାଇ ଯାଉଛନ୍ତି ମନ୍ତ୍ରୀ ।

Loading...
ONA

Leave a Reply

Top