ବଲିଉଡରେ ଓଡିଆ ଝିଅ ସୋନା ମହାପାତ୍ର ମଧ୍ୟ ଯୌନ ନିର୍ଯ୍ୟାତନାର ଶିକାର

ମୁମ୍ବାଇ : ବଲିଉଡରେ କିଛିଦିନ ହେବ ଯୌନ ନିର୍ଯ୍ୟାତନାକୁ ନେଇ ଝଡ ଲାଗିରହିଥିବାର ଦେଖିବାକୁ ମିଳୁଛି । ସତରେ ଏହି ଝଡକୁ ଦେଖି ଅନୁମାନ କରିହେଉଛି ବଲିଉଡରେ ଯେପରି କାହାର ନଜର ଲାଗି ରହିଛି । “ମି ଠୁ” ଅଭିଯାନକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଯାଇଛି ଗୋଟେ ସିରିୟସ ବାଲା ଝଡ । ନାନା ପାଟେକର ଓ ତନୁଶ୍ରୀ ଦତ୍ତଙ୍କ ପରେ କଙ୍ଗନା ରାଣାଓ୍ବାତ୍ ପରେ ଅନେକ ହିରୋଇନ ଗୋଟେ ପରେ ଗୋଟେ ବଲିଉଡର କାରନାମାମ ବିଷୟରେ ଗୁମର ଖୋଲିଥିଲେ । ତେବେ ଏଥର ଆଉଜଣେ ଗୀତକାର ଏହି “ମି ଠୁ” ଜରିଆରେ ନିଜର କଥା ଖୋଲି ରଖିଛନ୍ତି । ସେ ହେଉଛନ୍ତି ଓଡିଶା ଝିଅ ସୋନା ମହାପାତ୍ର । ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି । ତେବେ ସେ ଏହି ମି ଠୁ ଜରିଆରେ ବଲିଉଡର ସୁଫି ସଙ୍ଗୀତଜ୍ଞ କୈଳାସ ଖୈର ଓ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅନ୍ନୁ ମଲ୍ଲିକଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । କୈଳାସଙ୍କ ସେ ଏଭଳି କ୍ଷେତ୍ରେ ‘ଅଭ୍ୟାସଗତ ଶିକାରୀ’ ଶସ୍ତା ଲୋକ ଓ ନିର୍ଲଜ ବୋଲି ଆକ୍ଷେପ କରିଛନ୍ତି । ସୋନା ନିଜ ଟ୍ୱିଟରରେ କୈଳାସଙ୍କ ଅଶାଳୀନ ବ୍ୟବହାର ସଂର୍ପକିତ ଅଭିଜ୍ଢାତା ବଣ୍ଣନା କରିଛନ୍ତି । ସେ ଲେଖିଛନ୍ତି କୈଳାସ ଜଣେ ସାଧାସିଧା ଲୋକ ଭଳି ଦେଖାଯାଆନ୍ତି କିନ୍ତୁ ଏହାର ସେ ପୂରା ବିପରୀତ ଅଟନ୍ତି । ଥରେ ଗୋଟିଏ କାର୍ଯ୍ୟକ୍ରମରେ ଆଲୋଚନା ପାଇଁ ତାଙ୍କ ସହିତ ମୋର ସାକ୍ଷାତ ହୋଇତିଲା । କଥାବାର୍ତ୍ତା ସମୟରେ ସେ ମୋ ଜଙ୍ଘରେ ହାତ ପକାଇ ତମେ ବହୁତ ସୁନ୍ଦର କହି ଥଲେ । ଏବଂ ମୁଁ ବହୁତ ଖୁସି ଯେ କୌଣସି ଅବିନେତା ନୁହେଁ ବରଂ ଜଣେ ସଙ୍ଗୀତଜ୍ଞ ତୁମକୁ ପାଇଛନ୍ତି ବୋଲି କହିଥିଲେ । ସେ ଏମିତି ଆହୁରି ଅନେକ କିଛି ଦୁବ୍ୟବହାର କରିଛନ୍ତି । ଅନ୍ନ୍ୁମଲ୍ଲିକଙ୍କୁ ମଧ୍ୟ ସୋନା ସମାନ ଧରଣର ବୋଲି ଅଭିଯୋଗ କରିଛନ୍ତି । ଏହାର ଜବାବରେ ଅନ୍ନୁ କହିଥିଲେ ଯେ ମୁଁ ସୋନାଙ୍କୁ ଚିହ୍ନି ନାହିଁ । ତାଙ୍କ ସହ ମୋର କେବେ ଦେଖା ହୋଇନଥଲା । ସେ ଅଯଥାରେ ମୋ ନାଁ କୁ ବିବାଦ ଆଡେ ଟାଣୁଛନ୍ତି ବୋଲି ଅନ୍ନୁ ମଲ୍ଲିକ ତାଙ୍କୁ ପ୍ରତିକ୍ରିୟାରେ କହିଥିଲେ ।

 

LEAVE A REPLY

Please enter your comment!
Please enter your name here