କୁନା ତ୍ରୀପାଠୀ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ନୂଆ ଅଧ୍ୟକ୍ଷ

2

ଭୁବନେଶ୍ୱର : ହଟିଲେ ମୁନା ଖାଁ ।  ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ହେଲେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁନା ତ୍ରୀପାଠୀଙ୍କୁ ଏହି ନୂଆ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ ନିଜର ପ୍ରତିକ୍ରିୟା ରଖି କୁନା ତ୍ରିପାଠୀ କହିଛନ୍ତି ଯେ ଓଡିଆ ଚଳଚ୍ଚିତ୍ର ପାଇଁ ଯାହା ସମ୍ଭବ ତାହା କରିବି । ନିର୍ମାତାଙ୍କୁ ଯେପରି ସହଜରେ ଋଣ ମିଳିପାରିବ ସେ ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷରେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି

ଗତ କିଛିଦିନ ଧରି କଳିଙ୍ଗଷ୍ଟୁଡିଓକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡିଥିଲେ  । କଳିଙ୍ଗ ଷ୍ଟୁଡିଓରେ ଖାଲିଥିବା ଜାଗାରେ ସ୍ପୋର୍ଟ୍ସ କମ୍ପେଲ୍କସ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ପ୍ରଥମେ ବିରୋଧ କରିଥିଲେ ବିଜେଡିର ଏହି ନେତା ତଥା ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ ମୁନ୍ନା ଖାଁ । କୌଣସି ପରିସ୍ଥିତିରେ କଳିଙ୍ଗ ଷ୍ଟୁଡିଓର ଇଞ୍ଚେ ଜାଗା ଛଡାଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ମୁନ୍ନା।  ଯାହାକୁ ନେଇ ଅଡୁଆରେ ପଡିଥିଲେ ସରକାର। ଶେଷରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଥିଲେ  ।

ତେବେ ଆଜି ସନ୍ଧ୍ୟାରେ ଅତର୍କିତ ଭାବେ ତାଙ୍କୁ ତାଙ୍କ ଦାୟିତ୍ୱରୁ ହଟାଯିବା ସହ ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀଙ୍କୁ) ଏହି ଦାୟିତ୍ୱ ପ୍ରଦାନ କରାଯାଇଛି  ।କଳିଙ୍ଗ ଷ୍ଟୁଡିଓ ମାମଲାରେ ମୁହଁ ଖୋଲିଥିବାରୁ ମୁନା ଖାଁଙ୍କୁ ତାଙ୍କ ପଦବୀରୁ ହଟାଯାଇଛି ବୋଲି ମତପ୍ରକାଶ କରିଛନ୍ତି  ।

 

LEAVE A REPLY

Please enter your comment!
Please enter your name here