ମି ଠୁରେ ଏବେ ଟାଟାର ବରିଷ୍ଠ ଅଧିକାରୀ

ଭୁନନେଶ୍ୱର: ମି ଠୁ କର୍ପୋଟେ୍ କ୍ଷେତ୍ରକୁ ମଧ୍ୟ ପ୍ରବେଶ କରିଛି । ସିନେମା ଗଣମାଧ୍ୟମ ଓ ରାଜନୀତି କ୍ଷେତ୍ର ସହ କର୍ପୋରେଟ କ୍ଷେତ୍ରରେ ବି ଚାଲିଥିବା ଯୌନ ନିର୍ଯାତନା ଘଟଣା ଏହି ମି ଠୁ ମାଧ୍ୟମରେ ପଦାକୁ ଆସିବାରେ ଲାଗିଛି । ଏହି ଅଭିଯୋଗ ଅନ୍ୟ କୌଣସି ଛୋଟମୋଟ କର୍ପୋଟେ ହାଉସ ନୁହେଁ । ଦେଶର ଜଣାଶୁଣା କର୍ପୋରେଟ୍ ହାଉସ ଭାବେ ପରିଚିତ ଟାଟା ମୋଟର୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମହିଳା କର୍ମଚାରୀଜଣକ ଦୁବ୍ୟବହାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ପାଇଲା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଛୁଟିରେ ପଠାଇ ଦିଆଯାଇଛି ।
ଟାଟା ମୋଟର୍ସର କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ସୁରେଶ ରଙ୍ଗରାଜନ ଜଣେ ମହିଳା କର୍ମଚାରୀଙ୍କ ସହ ଆପତ୍ତିଜନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗର ସ୍କ୍ରିନ୍ ସଟ୍କୁ ଜଣେ ସାମ୍ବାଦିକା ଟ୍ୱିଟ୍ରେ ସେୟାର କରିଛନ୍ତି । ଏହାକୁ ବହୁଳ ଭାବରେ ସୋଶାଳ ମିଡ଼ିଆରେ ସେୟାର କରାଯାଉଛି । ତେବେ ଏଭଳି କୌଣସି ବ୍ୟବହାର କରିନାହିଁ ବୋଲି ଉତ୍ତର ଦେଇ ରଙ୍ଗରାଜନ ଥକି ପଡ଼ିଲେଣି । ଅଭିଯୋଗ ବିଷୟରେ ଜଣାପଡ଼ିବା ପରେ ଟାଟା ମୋଟର୍ସ ଏହାକୁ ଗୁରୁତର ସହ ନେଇଛନ୍ତି । ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତଦନ୍ତରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ତାହାକୁ ନଶ୍ଚିତ କରିବା ପାଇଁ ରଙ୍ଗରାଜନଙ୍କୁ ଛୁଟିରେ ପଠାଇ ଦିଆଯାଇଛି । ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ କମ୍ପାନୀର ମାନବ ସମ୍ବଳ ବିକାଶ ପକ୍ଷରୁ ଟ୍ୱିଟରେ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here