ଡ୍ୟାନ୍ସର ନୋରା ଏବେ ସଲମାନଙ୍କ ଟିମରେ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ, ଡ୍ୟାନସର ନୋରା ଫତେହୀଙ୍କୁ ଏବେ ଦେଖିବାକୁ ମିଳିବ ଅଭିନେତା ସଲମାନ ଖାନଙ୍କ ଟିମ୍ରେ । ଫିଲ୍ମ “ଓଡ୍ ଟୁ ମାଇ ଫାଦର’ର ନିକଟରେ ସୁଟିଂ ଆରମ୍ଭ ହୋଇଯାଇଛି । ୨୦୧୯ରେ ଏହା ମୁକ୍ତିଲାଭ କରିବାର ସମ୍ଭାବନା ଅଛି । ଏହି ଫିଲ୍ମରେ ସେ ଲାଟିନୋ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । ସଲମାନଙ୍କ ଟିମ୍ରେ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ନାମୀଦାବି କଳାକାର ଥିବା ବେଳେ ଏବେ ନୋରାଙ୍କୁ ସାମିଲ କରାଯାଇଛି । ନୋରାଙ୍କ ଭିଡିଓ ଦିଲବର ସୋସିଆଲ ମିଡିଆରେ ଭଲ ଚହଳ ସୃଷ୍ଟି କରିଛି । ଦିଲବର ଗୀତର ଆଡଭାନ୍ସ ଭର୍ସରେ ନୋରାଙ୍କ ଡ୍ୟାନ୍ସକୁ ଭୂୟସୀ ପ୍ରଶଂସା କରାଯାଇଛି । ପ୍ରକାଶ ଥାଉକି ମାଇ ବାର୍ଥ ଡେ ସଙ୍ଗ ପରେ ଏହା ହେଉଛି ନୋରାଙ୍କ ଦ୍ୱିତୀୟ ବଲିଉଡ୍ ଫିଲ୍ମ ।

LEAVE A REPLY

Please enter your comment!
Please enter your name here