ବାହାଘର ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ପାଇ ଭୋଟ୍ ମାଗିଲେ ଉଭୟ ପରିବାର

ନୂଆଦିଲ୍ଲୀ: ସାଧାରଣତଃ ଦେଖାଯାଏ କିଛି ଲୋକ ନିଜର ବାହାଘର ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ କୌଣସି ଗିଫ୍ଟ୍ ନ ଆଣି ଆସିବାକୁ ଅନୁରୋଧ କରିଥାନ୍ତି । ଆଉ କେହି ଗିପ୍ଟ୍ ବଦଳରେ ସେହି ବାବଦରେ ଅର୍ଥ କୌଣସି ସାମାଜିକ ଅନୁଷ୍ଠାନକୁ ଦେବାକୁ କହିଥାଆନ୍ତି । କିନ୍ତୁ ନିକଟରେ ଏପରି ବାହାଘର କାର୍ଡ ଦେଖିବାକୁ ମିଳିଛି ଯେଉଁଥିରେ ଉପହାର ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଭୋଟ ଦେବା ପାଇଁ ତାଙ୍କ ଅତିଥିମାନଙ୍କୁ ଅନୁରୋଧ କରିଛିନ୍ତି ଉଭୟ ବର ଏବଂ କନ୍ୟାଙ୍କ ପରିବାର । ଏପରି ନିଆରା ଢଙ୍ଗର କାର୍ଡ ବର୍ତ୍ତମାନ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହ୍ୱାଟସ୍ଆପ୍ ଗ୍ରୁପରେ ମଧ୍ୟ ଏହି ନିମନ୍ତ୍ରଣ କାର୍ଡ ଅଧିକ ସଂଖ୍ୟାରେ ଶେୟାର୍ କରାଯାଇଛି ।
ମାଙ୍ଗାଲୋରରେ ଘଟିଛି ଏହି ଘଟଣା । ଏଥିରେ ଲେଖାଯାଇଛି (୨୦୧୯ ନିର୍ବାଚନରେ ମୋଦିଙ୍କୁ ଆପଣମାନଙ୍କ ଭୋଟ ହିଁ ଆମ ପାଇଁ ଗିଫ୍ଟ୍)
ସୂଚନା ଅନୁସାରେ ଉଭୟ ବର ଓ କନନ୍ୟାଙ୍କ ମା ବାପା ଓ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକ ତେବେ ଉଭୟ ବର ଓ କନ୍ୟା ପକ୍ଷର ନିମନ୍ତ୍ରଣ କାର୍ଡରେ କେବଳ ଯେ ମୋଦି ସରକାରଙ୍କୁ ଭୋଟ ଦେବାପାଇଁ ଅତିଥିଙ୍କୁ ଅନୁରୋଧ କରାଯାଇଁ ନାହିଁ, ବରଂ କାର୍ଡରେ ବିଗତ ୫ ବର୍ଷରେ ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । କାର୍ଡରେ ମୋଦିଙ୍କ ଫଟୋ ମଧ୍ୟ ରହିଛି ।
ପୂର୍ବରୁ ମଧ୍ୟ ଏକ ବାହାଘର ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହ ତାଙ୍କ ଦ୍ୱାରା ପ୍ରଣୀତ ସ୍ୱଚ୍ଛ ଭାରତ ଅଭିଯାନ ଲୋଗୋ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାକୁ ନିଜେ ମୋଦି ମଧ୍ୟ ଟ୍ୱିଟ୍ କରିଥିଲେ ।