You are here
Home > ବଡ଼ଖବର > ଜଗା ବଳିଆଙ୍କ ମୁଣ୍ଡରୁ ଖୋଲିଲା ପଟି

ଜଗା ବଳିଆଙ୍କ ମୁଣ୍ଡରୁ ଖୋଲିଲା ପଟି

ଭୁବନେଶ୍ୱର: ଜଗା ବଳିଆଙ୍କ ସମ୍ପର୍କରେ ଏବେ ଖୁସିର ଖବର ଦିଲ୍ଲୀ ଏମ୍ସରୁ ଆସିଛି । ଉଭୟ ଏବେ ଶୁସ୍ଥ ଅଛନ୍ତି । ସେମାନଙ୍କ ମୁଣ୍ଡରେ ଯେଉଁ ପଟି ପନ୍ଧା ଯାଇଥିଲା ତାହା ଖୋଲି ଦିଆଯାଇଛି । ଉଭୟଙ୍କ ମୁଣ୍ଡରେ ଚୁଟି କଅଁଳିବା ଆରମ୍ଭ ହୋଇଛି । ଏହି ଦୁଇ ଯମଜ ଭାଇଙ୍କ ମୁଣ୍ଡକୁ ଏମ୍ସରେ ଅଲଗା କରାଯିବା ପରେ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ରହିଥିଲା । ସମଗ୍ର ଦେଶ ପାଇଁ ଏହା ଏକ ବିରଳ ଅସ୍ତ୍ରୋପଚାର ଥିଲା । ଯାହାକୁ ଏମ୍ସର ଡାକ୍ତରମାନେ ସଫଳ କରିବାରେ ସମର୍ଥ ହୋଇଛନ୍ତି । ସ୍ୱାଭାବିକ ଭାବେ ସେମାନେ ଖେଳିବା ଆରମ୍ଭ କଲେଣି । କେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରୁଛନ୍ତି ସେଥିନେଇ ଅପେକ୍ଷା । କୁହାଯାଉଛି ଖୁବ୍ଶୀଘ୍ର ସେମାନେ ଓଡ଼ିଶା ଫେରିବେ । କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାର ଭୂୟାଁ କହଁର ଓ ଅଞ୍ଜଳି କହଁରଙ୍କ ଏହି ଯବମ ଶିଶୁ ଜଗା କାଳିଙ୍କ ମୁଣ୍ଡ ଜନ୍ମରୁ ଲାଗିରହିଥିଲା ।

Loading...
ONA

Leave a Reply

Top