+୨ ପରୀକ୍ଷା: ସ୍ମାର୍ଟ ହାତଘଣ୍ଟା ମନା

ଭୁବନେଶ୍ୱର: +୨ ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରାଯାଇଥିବା କଟକଣା ନେଇ ପରିସଦ ପକ୍ଷରୁ ସୂଚନା ଦିଆଯାଇଛି । ପରିସଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ନଟ୍ଟନାୟକ କହିଛନ୍ତି । ପରୀକ୍ଷା ହଲକୁ ପରୀକ୍ଷାର୍ଥୀ ହାତଘଣ୍ଟା ପିନ୍ଧି ଜାଇପରିବେ । କିନ୍ତୁ ସ୍ମାର୍ଟ ଘଣ୍ଟା ପିନ୍ଧି ଜାଇପାରିବେ ନାହିଁ । ସମୟ ଜାଣିବା ପାଇଁ ସାଧାରଣ ଘଣ୍ଟା ପିନ୍ଧିପାରିବେ । ପରିକ୍ଷା କେନ୍ଦ୍ରରେ ତ୍ରିସ୍ତରିୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ନନେଇ ଜଣେ ପରୀକ୍ଷା ଅଧାରୁ ହଲ ଛଡିଲେ ପ୍ରଶ୍ନପତ୍ର ନେଇପାରିବେ ନାହିଁ । ବାଥରୁମ ଗଲେ ପ୍ରଶ୍ନପତ୍ର ପରୀକ୍ଷକଙ୍କୁ ଦେଇକି ଯିବେ । ବାଥରୁମରେ ୨ମିନିଟରୁ ଅଧିକ ରହିଲେ ସେ ନିରିକ୍ଷକଙ୍କ ଦ୍ୱାରା ପୁଣି ଯାଞ୍ଚର ସମ୍ମୁଖିନ ହେବେ । ସକାଳ ୯:୩୦ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ପରିସଦ ଅଧ୍ୟକ୍ଷ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟଯେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ପରେ +୨ ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଥିଲା । ମୁଖ୍ୟ ଶାସକ ସଚିବ ଅଧ୍ୟକ୍ଷତାରେ ବୈଠକ ବସି ପରୀକ୍ଷା ସଂର୍ପର୍କରେ ସମିକ୍ଷା କରାଯାଇଥିଲା । ଏଥିରେ ପରିକ୍ଷା ହଲକୁ ପରୀକ୍ଷାର୍ଥୀମାନେ ହାତଘଣ୍ଟା ପିନ୍ଧି ଯାଇପାରିବେ ନାହିଁ ବୋଲି କଟକଣା ଜାରି କରିବାକୁ ନିଷ୍ପତି ନିଆଯାଇଥିଲା । ଏହି ନିଷ୍ପତିରେ ପରିବର୍ତ୍ତନ କରି କେବଳ ସ୍ମାର୍ଟ ଘଣ୍ଟାକୁ ବନ୍ଦ କରାଯାଇଛି ।

+୨ ପରୀକ୍ଷାରେ ହାତ ଘଣ୍ଟା ଓ ମୋବାଇଲ ମନା, ପ୍ରଶ୍ନପତ୍ରରେ ରହିବ ପରୀକ୍ଷାର୍ଥୀଙ୍କ ରୋଲନମ୍ବର